ଏ ତୁମ ଅଗଣାର ମଲ୍ଲୀ
ଏତେ ବାସ୍ନାରେ ଭରପୁର
ଜାଣି ନ ଥିଲି!
ଥାଇ ବି ପାଖରେ
ମୁଁ ସତେ କେତେ ଦୂରରେ!
ଖୋଲା ରଖିଛି ଅବଶ୍ୟ
ମୋ କବାଟସବୁ,
ଆଖି କାନ ନାକକୁ
ରଖିଛି ବି ସଫାସୁତର।
ହାତ ମୋର ଅଛି ପ୍ରସ୍ତୁତ
ଛୁଇଁବାକୁ ଟିକିଏ ।
ଗୋଡ ଆଉ ଘୁଂଚିବ ନି
ଅନ୍ୟଆଡେ ପାଇଛି ନିର୍ଦ୍ଦେଶ।
ସକାଳ ଆଉ ସଂଧ୍ୟା
ହିସାବନିକାଶରେ ଅଛନ୍ତି
ପକ୍କା ସମାନଭାବରେ।
ସ୍ୱପ୍ନ ଆଉ ଆନନ୍ଦ ଉଭୟେ
ହୋଇଛନ୍ତି ଅଳଙ୍କୃତ
ସ୍ମୃତିର ଆଲୁଅଘରେ।
ଆଉ ମୁଁ ବି
ବୁଝେଇଛି ମନକୁ
ରହିବାକୁ ସ୍ଥିର ତୁମ
ମଲ୍ଲୀର ରଙ୍ଗରୂପ ପ୍ରାଚୁର୍ଯ୍ୟରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
15/11/2019
ସ୍ୱପ୍ନ ଆଉ ଆନନ୍ଦ ଉଭୟେ ହୋଇଛନ୍ତି ଅଳଙ୍କୃତ ସ୍ମୃତିର ଆଲୁଅଘରେ। Just beautiful.....10*************************************
This poem has not been translated into any other language yet.
I would like to translate this poem
Great life great love great beauty