ରବିନ ଦର୍ଜି
ଗଜାନନ ମିଶ୍ର
1
ଜାଣେ, ଆଉ ପ୍ରତ୍ୟକ୍ଷ
ପାଇ ହେବ ନି ତୁମକୁ।
ଜାଣେ, ପାଖକୁ ଆସି
କଣ ଦରକାର ପଚାରିବ ନି
ହଠାତ୍ କେହି ଆଉ।
ଜାଣେ, କୋଭିଡ ନାମରେ
ଅବହେଳା କରା ଯାଉଥିବ
ଆଉ ଆଉ ରୋଗୀଙ୍କୁ ।
ହେଉ ନି ଭୁଲି ଜମାରୁ
ରବିନ ଦର୍ଜିର ଚେହେରାକୁ।
କବିତା ଚାଲୁ, ଚାଲି ଥାଉ
ମିଳିବ କାହାଠୁ ଶୁଣିବାକୁ!
ପାରୁ ନି ବୁଝି ରବିନ୍
ଏତେ ସଅଳ ଗଲ କୋଉଠାକୁ!
2
ଏମିତି ଏ ରବିନ କିଏ କି!
ଆଉ ରବିନ୍ ପାଇଁ
ନୀରବ ସାରା ସହର।
କଣ ରବିନ୍
ବିଶ୍ୱ ପ୍ରସିଦ୍ଧ ନାଟ୍ୟକାର?
ରବନ୍ କଣ ସମାଜସେବୀ?
ନା ଉଚ୍ଚ ପଦବୀଧାରୀ?
ରବିନ୍ ପାଖରେ ଥିଲା କଣ?
ପଛପଟେ ରହି
ରବିନ୍ ସଦା ଉସକାଉଥିଲା
ଆଉ କହୁଥିଲା କେତେ କଣ!
କିଛି ନ ଥାଇ ବି
ରବିନ୍ ଥିଲା ସବୁକିଛି
କିଛି ନ କହି ବି କହିସାରିଥିଲା ସବୁ।
3
ନା ନା ରବିନ୍
କଣ କିଛି ନ ବୁଝି
କଣ ହେଲା ତୁମ ଦେଇ
ସେ କଥା ନାଇଁ।
କଥା ସବୁ ରହିଗଲା
କଥାରେ କେବଳ
ଆଉ ତୁମେ ଉଠି ଚାଲିଗଲ
ଆଉ କୋଉଠିକୁ
ଯିବାର ଅଛି ଆମର ବି
ଯଦିଓ ସେଠିକୁ।
ସେଠିକି ଯାଏ ଯିଏ
ଫେରେ ନି ଜଣା ମତେ।
ଆଉ ତୁମେ ଜାଣି ବି ସବୁ
ଗଲ ଘୁଂଚି କହି ଦେଇ ରାତିକୁ ରାତି।
4
ଠିକ୍ ଅଛି ରବିନ୍
ଯାଇ ସାରିଛ ଯେବେ
ଆଉ ଲେଉଟି ଆସିବ
ଆଦୁ କହୁ ନି।
ଜାଣେ, ଗଲା ଲୋକ
କୋଉ ଥାଏ ଯେ!
ମୋର ମୋର ମୁଁ
ଏତେସେତେ କରୁଛି ହିସାବ
ଆଉ କହୁଛି ଏଣୁତେଣୁ,
ଥିଲେ କହିଥାନ୍ତ
କହିଲ ଯାହା ଗୋସେଇଁ
ଶତ ପ୍ରତିଶତ ସତ।
ନା ତୁମେ କହିବାକୁ ଆଉ ଅଛ
ନା ମୁଁ ଜୋରଦେଇ ପାରୁଛି କହି
ସତକୁ ମିଛ ଆଉ ମିଛ ନାଁରେ
ସତ ଯୋଡି ହେଉଛି ହମ ହମ!
ତପୋବନ, ଟିଟିଲାଗଡ, ବଲାଙ୍ଗୀର
28/09/2020
This poem has not been translated into any other language yet.
I would like to translate this poem