ପାଣି ପବନ ଆକାଶର ଖେଳରେ In The Play Of Water Air And The Sky Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପାଣି ପବନ ଆକାଶର ଖେଳରେ In The Play Of Water Air And The Sky

1.

ଫୁରସତ ନାଇଁ କଥା ହେବାକୁ,
ଶବ୍ଦ ନାଇଁ ଭାବକୁ,
ସମୟ ନାଇଁ ଜୀବନକୁ।

ନାଇଁ ନାଇଁ ନାଇଁ ଭିତରେ
ହେଉଛି କହି ଭାବର ବିସ୍ତୃତି
ଜୀବନର ଭୟରେ ଏଠାରେ।

ଭୟ କହିଲେ ପବନ,
ଭୟ କହିଲେ ପାଣି,
ଭୟ କହିଲେ ଆକାଶ।

ପାଣି ପବନ ଆକାଶର ଖେଳରେ
ଯୋଉଠି ଯିଏ ବନ୍ଧା ମାଟିରେ
ଆଉ ମାଟି ହିଁ ଏତେବେଳେ କହୁଛି କଥା।

2.

ପଡୁ ନି ଜଣା
କାହା ଲୋକ କିଏ,
ପଡୁ ନି ଜଣା
ଯାଉଛି କିଏ
କେତେବେଳେ
କାହା ସାଥୀରେ।

ପଡୁ ନି ଜଣା
କଣ ପାଇଁ
କରୁଛି କିଏ କଣ।
ପଡୁ ନି ଜଣା
ରହୁଛି କିଏ
କେତେବେଳ ଯାଏ।

କୋଉ ରାସ୍ତା ଠିକ୍
ପଡୁ ନି ଜଣା,
ପଡୁ ନି ଜଣା
କାହାର ହେଉଛି ଲାଭ
ଆଉ କାହାର କ୍ଷତି।

ଜାଣି ନଜାଣି
ଯିବାକୁ ପଡୁଛି ଯେବେ,
ଶୁଣିବାକୁ ହେଉଛି
କେତେକଥା କାହାଠୁ
ବାଟସାରା ଘାଟସାରା।

ନଜରଅନ୍ଦାଜ କରି ଯିବାକୁ
ହେଉଛି କୁହା ଥରକୁ ଥର।
ମାନୁଛି କିଏ କୋଉଟା!

ମାନି ନ ମାନି ଗଲାବେଳେ
କିଏ ହଜିଲାଣି କୋଉଠି
ଆଉ କେହି ନାହିଁ
ଦେଖିଲାବେଳେ
ଜାଣିଲାବେଳେ
ସେତେବେଳେ।

Saturday, March 31, 2018
Topic(s) of this poem: life
POET'S NOTES ABOUT THE POEM
Odia is the official language of Odisha, India. It is about life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success