ଖେଳରେ In The Play Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଖେଳରେ In The Play

Rating: 5.0

1

ଦମ ଲଗାଇ ଥାଅ,
ଦମ ଲଗାଇ ଯାଅ,
ବାଘ ସିଂହ ସବୁ
ପୋଷା ମାନିବେ ତୁମର।

ପତ୍ରଟିଏ ଖସକିନା
ତଳେ ପଡିଲେ
ଡର ଅବଶ୍ୟ ଲାଗିବ,
କିନ୍ତୁ ସେ କିଛି ନୁହଁ
ପ୍ରକୃତିର ଖାଲି
ଗୋଟେ ଖେଳ।

ଖେଳରେ ରହୁଛ
କେତେବେଳଯାଏ ଖେଳାଳୀ
ରହୁଛ ମୁଖ୍ୟ ସେଇଟାଇ
ହିସାବ ସବୁ ରହୁ ବାକି।

2

ଯାଅ,
ଖୋଜି ଖୋଜି ଯାଅ।
କହିବ ମିଳିଲେ,
ହଁ, ମିଳିଛି ଯେ
ସଠିକ କି ନୁହଁ
ଚଲେଇଛି ପରୀକ୍ଷା ।

ଏମିତି ଏଠି ଏତେ
ଚାଲିଛି ଆଉ ଆଉ
ବିକଳ୍ପ ଖୋଜା।
ନାଁ ଗାଁ ପାଶୋରି
ଯେ ଯୋଉଠି ଯାଉଛନ୍ତି
ହଜିହୁଜା।

ଦମ ଲଗାଇ
ଲୁଟ ହେଉଛି ମଜା।

Sunday, June 30, 2019
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success