ଆକାଶରେ ମାଟିରେ In The Sky On The Earth Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆକାଶରେ ମାଟିରେ In The Sky On The Earth

Rating: 5.0

ଫେରେ କିଏ
ଗଜାନନ ମିଶ୍ର

କିଏ ଯାଏ
ଆଉ ଫେରେ କିଏ
ଏସବୁର ଅର୍ଥ
ରଖେ କିଏ
ଆଉ ରଖି
କରେ କଣ!

ହୋ ହା ରେ
ଦେଶ ଚାଲେ
କୋଉଠୁ କୋଉଠିକି
ଛକ୍କା ମାରେ କିଏ
ଛନକା ପଶେ
କାହା ଭିତରେ
ରାସ୍ତା ରୋକେ କିଏ
ମାମୁଘରେ
କିଏ ସଢେ!

ଆକାଶରେ
ନିଆଁ ଲାଗେ
ଧରିତ୍ରୀ ମା
ପାଣିରେ ବୁଡେ
ମଣିଷ ଭାଷା ଭୁଲେ
କିଏ କଣ କୋଉଠି
କିଛି ଅର୍ଥ ନ ଥାଏ!

ଭୁତ ନାଚେ
ବାହା ପିଟି ପିଟି
ଧର ଧର ମାର ମାର
ଶୁଭେ ଭିତରୁ ଭିତରେ
କିଏ ଥାଏ କୋଉଠି
ଜଣା ପଡେ ନା
ତୁମକୁ କି ମତେ
ଗୋଟେ ପେନସିଲ ପାଇଁ
ଆଭ୍ୟାନ ରାହା ଧରୁଥାଏ
ଐଶାନୀର ଖାତା
ସରି ଯାଇଥାଏ।

ଏ ପୃଥିବୀ କାହାର
ଚନ୍ଦନ ପଚାରୁଥାଏ
ପ୍ରଶ୍ନକୁ ପ୍ରଶ୍ନରେ ରଖି
ସୁମନ ହସୁଥାଏ
ଦେଶ ଉଜୁଡୁଥାଏ
ରାଜ୍ୟ ହଜୁଥାଏ
ମୁଁ ମୋଠି ଆଉ ନ ଥାଏଁ
ହଇହଲ୍ଲା ଚାଲିଥାଏ
ଆକାଶ ଆଉ ମାଟି
ମଝିରେ ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
14/02/2020

Thursday, February 13, 2020
Topic(s) of this poem: life,nature
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success