ଏ ଅନ୍ଧାରୁଆ ଜଙ୍ଗଲି ରାସ୍ତାରେ In This Dark Forest Road Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏ ଅନ୍ଧାରୁଆ ଜଙ୍ଗଲି ରାସ୍ତାରେ In This Dark Forest Road

ଏଇ ଦିନରୁ ଖୋଲିବ ଗୁମର
ଗଜାନନ ମିଶ୍ର

1

ଜଗିରଖି ଥାଅ
ନିଜକୁ ନିଜେ
ଆଉ ରହିଥାଅ ପ୍ରସ୍ତୁତ
ପଡିପାରେ ଯିବାକୁ
କାହାକୁ କେତେବେଳେ!

ଉଠିବା, ବସିବା,
ରହିବା କଥା ଆଉ ଆଉ
କହିବ ନି କେବେ।
ଏତେବେଳେ ହେଉ କି
ସେତେବେଳେ ଅନିବାର୍ଯ୍ୟ ଯୁଦ୍ଧ
ମନେ ରଖିଥିବ ଟିକିଏ।

ଆଉ ଆଗଉଥିବ ପାଦେ ପାଦେ
ନିଜର ନକ୍ସାରେ ନିଜେ
ଆନନ୍ଦରେ ତଳଉପର ଦୋଳିରେ।

2

ଆରେ ହେ,
ଆଉ କଣ ଅଛି ଯେ
ମାତି ରହିଛ ଘଣ୍ଟାଘଣ୍ଟିରେ!

ନ ଜାଣିଲାଟା ଜାଣୁଛ,
ନ ଦେଖିଲାଟା ଦେଖୁଛ,
ଆଉ ଆଉ କହି ଚାଲିଛ
ଯେମିତି ସଂପୃକ୍ତି ନାଇଁ
ତୁମର କୋଉଥିରେ!

ଆସିଲାବେଳେ
ଆସିଥିଲ କେମିତି
କହିବାକୁ ନାଇଁ କେହି ଏଠାରେ।
ଗଲାବେଳେ କଣ କେମିତି
ଚାଲିଛି ଦେଖିବାକୁ ଅଛି ସେଇଟା ଇ
ଏ ଅନ୍ଧାରୁଆ ଜଙ୍ଗଲି ରାସ୍ତାରେ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର ଜିଲ୍ଲା
18/10/2021

Sunday, October 17, 2021
Topic(s) of this poem: life
POET'S NOTES ABOUT THE POEM
Mystery of life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success