ସତ୍ୟରେ ଅହିଂସାରେ
ସମଝୋତାର ସ୍ଥାନ ନାହିଁ,
ମନେରଖ ବନ୍ଧୁଗଣ।
ଆଉ ଇତିହାସ ସାକ୍ଷୀ,
କୌଣସି ଶାସକ କେବେ
ସହଜେ ମୁଣ୍ଡ ନୋଇଁ ନି।
ଯୋଉ କହୁଛ ଆମର ଦାବୀ
ଅକ୍ଷରେ ଅକ୍ଷରେ ମାନିନେବେ
ବାହାରୁ ଆମଦାନୀ ହୋଇଥିବା
କଂସ ଆଉ ବେଜାତିଆ ଅଷ୍ଟମଲ୍ଲ
ସରକାର, ତାହା ଡାହା ମିଛ।
ଏମିତି କହି ଆହୁରି ପଛକୁ
ଦେଉଛ ପେଲି ସଭିଙ୍କି,
ଏତେ ପରିଶ୍ରମ ଯାଉଛି
ଶୁଖୁଆପୋଡାରେ, ମନେରଖ।
ବିଶ୍ୱାସରେ ନେଉଛ କେମିତି,
ସବୁଠୁ ବଡ ଆଶ୍ଚର୍ଯ୍ୟ।
କ୍ଷମତା ତାଙ୍କଠି, ଆଉ ଯାହାଠି
ଥାଏ କ୍ଷମତା ତା ପାଖରେ
ବନ୍ଧୁ ମଇତ୍ର ସଖା ସୋଦରର
କିଛି ନ ଥାଏ ଅର୍ଥ।
ସତ୍ୟକୁ ଲୁଚାଇ, ମିଛମାୟାରେ ପକାଇ
ସେମାନେ ସବୁ କରନ୍ତି ଲୁଟ
ଦିନ ଦିପହରରେ
ଆଉ ବଡ ପାଟିରେ ହୁଡିକୁଦି
ଧମକାଇ ଡରାଇ
ଚୁପ୍ କରାଇବାକୁ କରନ୍ତି ଚେଷ୍ଟା।
ପରସ୍ପରର ବଚନ ବାର୍ତାଳାପ ସବୁକୁ
କର ନା ଆଉ ଜଟିଳ,
କର ନା ସେଥିରେ ସୃଷ୍ଟି
ମୋହ ଆଉ ଭ୍ରମ,
ନିଶ୍ଚିତ ତଥ୍ୟ କୁହ
ଯୋଉଥିରେ ଲାଭ ହେବ
ସମଗ୍ର ଜାତିର,
ସମଗ୍ର ମାଟିର ଶ୍ରେୟ।
ନିଷ୍ଠା ଓ ସାଧନା
ହେବ ନିଷ୍ପାପ,
ହେବ ନାହିଁ ବି ଆଉ
ମହତ୍ ସତ୍ କର୍ମ ତ୍ୟାଗ।
This poem has not been translated into any other language yet.
I would like to translate this poem