ସତ୍ୟରେ ଅହିଂସାରେin Truth In Non-Violence Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସତ୍ୟରେ ଅହିଂସାରେin Truth In Non-Violence

ସତ୍ୟରେ ଅହିଂସାରେ
ସମଝୋତାର ସ୍ଥାନ ନାହିଁ,
ମନେରଖ ବନ୍ଧୁଗଣ।
ଆଉ ଇତିହାସ ସାକ୍ଷୀ,
କୌଣସି ଶାସକ କେବେ
ସହଜେ ମୁଣ୍ଡ ନୋଇଁ ନି।

ଯୋଉ କହୁଛ ଆମର ଦାବୀ
ଅକ୍ଷରେ ଅକ୍ଷରେ ମାନିନେବେ
ବାହାରୁ ଆମଦାନୀ ହୋଇଥିବା
କଂସ ଆଉ ବେଜାତିଆ ଅଷ୍ଟମଲ୍ଲ
ସରକାର, ତାହା ଡାହା ମିଛ।

ଏମିତି କହି ଆହୁରି ପଛକୁ
ଦେଉଛ ପେଲି ସଭିଙ୍କି,
ଏତେ ପରିଶ୍ରମ ଯାଉଛି

ଶୁଖୁଆପୋଡାରେ, ମନେରଖ।

ବିଶ୍ୱାସରେ ନେଉଛ କେମିତି,
ସବୁଠୁ ବଡ ଆଶ୍ଚର୍ଯ୍ୟ।
କ୍ଷମତା ତାଙ୍କଠି, ଆଉ ଯାହାଠି
ଥାଏ କ୍ଷମତା ତା ପାଖରେ
ବନ୍ଧୁ ମଇତ୍ର ସଖା ସୋଦରର
କିଛି ନ ଥାଏ ଅର୍ଥ।

ସତ୍ୟକୁ ଲୁଚାଇ, ମିଛମାୟାରେ ପକାଇ
ସେମାନେ ସବୁ କରନ୍ତି ଲୁଟ
ଦିନ ଦିପହରରେ
ଆଉ ବଡ ପାଟିରେ ହୁଡିକୁଦି
ଧମକାଇ ଡରାଇ
ଚୁପ୍ କରାଇବାକୁ କରନ୍ତି ଚେଷ୍ଟା।

ପରସ୍ପରର ବଚନ ବାର୍ତାଳାପ ସବୁକୁ
କର ନା ଆଉ ଜଟିଳ,
କର ନା ସେଥିରେ ସୃଷ୍ଟି
ମୋହ ଆଉ ଭ୍ରମ,
ନିଶ୍ଚିତ ତଥ୍ୟ କୁହ
ଯୋଉଥିରେ ଲାଭ ହେବ
ସମଗ୍ର ଜାତିର,
ସମଗ୍ର ମାଟିର ଶ୍ରେୟ।
ନିଷ୍ଠା ଓ ସାଧନା
ହେବ ନିଷ୍ପାପ,
ହେବ ନାହିଁ ବି ଆଉ
ମହତ୍ ସତ୍ କର୍ମ ତ୍ୟାଗ।

Wednesday, July 25, 2018
Topic(s) of this poem: truth
POET'S NOTES ABOUT THE POEM
written in odia language, odia is the official language of odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success