ଅପେକ୍ଷା କରିବାର ମଜା ଥାଏ
ଅପେକ୍ଷାରେଇ।
ଯୋଉଠିବି ଯାହାକୁ ବି କର ଅପେକ୍ଷା
କାରଣକୁ ନେଇ
ଖୋଳତାଡ କରିବାର
ମାନେ କିଛି ନାହିଁ।
ମିଛ ବୋମା ଫୁଟେଇ
ବାହାବା ନେବା ବିଦ୍ୟା
ଜଣା ତୁମକୁଇ।
ଜଣା ଏଥିରେ
ନାଇଁ କ୍ଷତି।
ମୁଣ୍ଡକୁ ଗଳେଇ
ଛୁଂଚିକଣାରେ
ଦିଲ୍ଲୀରୁ ଦୌଲତାବାଦ
ଧାଇଁବା ଲୋକ ଜାଣେ
କୋଉଠି କଣା।
ଠିକ୍ ରେ ରଖି ଖେଳଣା
ଦେବାକୁ ହେବ
ତଥାପି ସାନ୍ତ୍ବନା ।
ରହ, ରହ
ଆଉ ଟିକିଏ
ଟାଣ ହେଉ ଚମଡା,
ଆଉ ଟିକିଏ
ସତ୍ୟରେ ସିଝୁ ସକାଳ,
ଯେମିତି ପଖାଳିବାରେ
ହେବ ନି ଅସୁବିଧା ଜୀବନ।
This poem has not been translated into any other language yet.
I would like to translate this poem
ରହ, ରହ ଆଉ ଟିକିଏ ଟାଣ ହେଉ ଚମଡା, ଆଉ ଟିକିଏ ସତ୍ୟରେ ସିଝୁ ସକାଳ, ଯେମିତି ପଖାଳିବାରେ ହେବ ନି ଅସୁବିଧା ଜୀବନ। I like the this poem....Thanks for sharing....10