କୋଉ ଶବ୍ଦରେ In Which Words Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କୋଉ ଶବ୍ଦରେ In Which Words

ଗଲା, ଉଡିଗଲା ବୈପାରୀଗୁଡା,
ଉଡିଗଲା କାଳ ବୈଶାଖୀରେ।
ଚାଳ ଛପର ଗଛ ଡାଳ,
ଗଲା ସବୁ ଉଡିଗଲା।
କୋଉଟା ସମୁଦ୍ର କୋଉଟା
ପାହାଡ ହେଲା ନାହିଁ ବାରି।
ନ ଥିଲା ଉପରେ ନୀଳ ଆକାଶ,
ନ ଥିଲା ତଳେ ମାଟି ଖଣ୍ଡକ।

କିଏ ଡାକିଲା କୋଉ ଶବ୍ଦରେ
କାହାକୁ, ଡାକିଲା କୋଉ ଭାଷାରେ,
ପଡିଲା ନି ଜଣା, ସମସ୍ତେ ବାଟବଣା।
କାହା ପାଖରେ କେତେ ସ୍ନେହ ମମତା,
ଛିଣ୍ଡା ଲୁଗା ଛିଣ୍ଡା ଲୁଗାରେ କିଏ
ପଡିଲା ନି ଜଣା, କିଏ କେତେ ଅମରମତା।

ଉଡିଗଲା ବୈପାରୀଗୁଡ଼ା,
ଛାଇ ଛାଇ ଆଲୁଅ ଆଲୁଅରେ
କିଏ କାହାକୁ କେତେବେଳେ କଲା ଅତିକ୍ରମ
କହିଲା ନାହିଁ, କହି ପାରିଲା ନାହିଁ
ଝଡ ପବନ, ସବୁ ଦିଶିଲା ନଗ୍ନ ନଗ୍ନ।

Wednesday, May 30, 2018
Topic(s) of this poem: words
POET'S NOTES ABOUT THE POEM
Written in Odia language. Odia is the official language of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success