ଶବ୍ଦରେ In Words Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଶବ୍ଦରେ In Words

Rating: 5.0

1

ଅଛି ସବୁ,
ସବୁ ଅଛି।
ନାହିଁ ଅଛି,
ଅଛି ନାହିଁ।
ନାହିଁ ନାହିଁ
ଅଛି ଅଛି।
ଆଉ ଏ ଭିତରେ
ସବୁ ହେଉଛି।
ଖିଆ ପିଆ ଶୁଆ,
ଶବ୍ଦରେ ବାକ୍ୟରେ
ସବୁ କଥା।

କଥା ସବୁ,
କଥାରେ ଲଥା ମିଶାଇ
ସବୁ କଥା।
ଯା, ଲତା ଯା,
ଯୁଆଡେ ଇଚ୍ଛା, ଯା।
କହିବୁ ନି ବାଟରେ
ନ ଆସିଥିଲେ କଣ
ଚଳି ନ ଥାନ୍ତା!

2

ସ୍ଥିତି

କୋଉଠୁ କିଏ କେମିତି
କୋଉଠି ଯାଉଛି ପହଂଚି
ନାଁ ଗାଁ ରୂପ ରଙ୍ଗ ଯାଉଛି
ବଦଳି ବଦଳି ଏମିତି!

କାହାର କରାମତି?
ଲାଭ କେତେ ହାନି କେତେ
ଖର୍ଚ୍ଚବାର୍ଚ ସବୁ ଛାଡିଦେଲାବେଳକୁ
ବାହାରି ପାରୁ ନି ସଦବୁଦ୍ଧି।

ଆଚରଣ କଣ କାହା ପ୍ରତି,
କାନ୍ଦ କି ହସ ଅବସ୍ଥା ସାଂଘାତିକ।
ତଥାପି ପରଖିଗଲାବେଳେ ସ୍ଥିତି
ବୁଲି ଯାଉଛି ମୁଣ୍ଡ ଆଉ କୁଆଡେ ସେମିତି।

ତପୋବନ, ଟିଟିଲାଗଡ, ବଲାଙ୍ଗିର
25/7/2019

Thursday, July 25, 2019
Topic(s) of this poem: words
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success