ଘର ଭିତରେ ଜାଣିବୁ
ଗଜାନନ ମିଶ୍ର
ଭାବିଲୁ ଆଉ କହିଲୁ ଯିବି
ଆଉ ବାହାରି ଆସିଲୁ ବି।
ତୋର ବାହାରି ଆସିବାର କାରଣ,
ଲୋଭରେ ଜାଣେ ଏ ନାରଣ।
ଲୁହା କଂସା ରୂପା ରସରେ,
ମନ ନାଇଁ, ଜାଣେ ମୁଇଁ।।
ସୁନା ଘଟପଟ ହରିଣପଛରେ
ଯାଉ ଧାଇଁ ଜାଣେ ଗୋସେଇଁ।
ଆରେ ରେ ନିସ୍ତାର ଆଉ ନାଇଁ
ପରବୁଦ୍ଧିରେ ପଡି ରହିଛୁ ଚାହିଁ।
ଘର ଭିତରେ ରହିଲେ ଜାଣିବୁ
କିଏ ତୁଇ ଏତେବେଳେ କିଏ ମୁଇଁ!
ତପୋବନ,ଟିଟିଲାଗଡ,ବଲାଙ୍ଗୀର
28/03/2020
This poem has not been translated into any other language yet.
I would like to translate this poem