ଶବ୍ଦ ହିଁ ଶବ୍ଦ,
ଏ ଶବ୍ଦ ଦେବ ଅମୃତ,
ଦେବ ବି ବିଷ ।
ଶବ୍ଦ କଣ ମୋର ଆୟତ୍ତ?
ବିଶ୍ଵାସ ଆସୁ ନି ମୋର,
ଲଂଘିବି କେମିତି ଶବ୍ଦସାଗର ।
ଶବ୍ଦକୁ ଛାଡି ମୁଁ କଣ
ପାରିବି ନି ଯାଇ ଦୂରଦେଶ ।
ଶବ୍ଦ କାହାର? ଆସି କେମିତି?
ଜାଣିଛ ଯଦି କୁହ,
ନ ଜାଣିଥିଲେ କିଛି କଥା ନାଇଁ।
ଘଡିଏ ଅପେକ୍ଷା କର,
ଜଣା ପଡିଯିବ ସବୁ ସ୍ପଷ୍ଟ ।
This poem has not been translated into any other language yet.
I would like to translate this poem