ଠାଏ କହିଥିଲି
ମଲ୍ଲୀ ଆଉ ମୃତ୍ୟୁ
ଉଭୟେ ମୋର ପ୍ରିୟ ।
ମଲ୍ଲୀକୁ ପାଏ
ମୃତ୍ୟୁକୁ ପାଏ ନା ।
ଏବେ କିନ୍ତୁ
ପ୍ରତି ମୁହୂର୍ତ ମୃତ୍ୟୁ
ଦେଖାଉଛି କରାଳରୂପ
ମଲ୍ଲୀର ବେଶରେ ।
ମଲ୍ଲୀ ଆଉ ମୃତ୍ୟୁ
ଉଭୟେ ଜାଣି ରଖନ୍ତୁ-
ଦାୟ ରାୟ କିଛି ନାହିଁ ମୋର,
ମୁଁ କାହାର ଖାଏ ନା କି ପିଏ ନା
ଶକ୍ତି ନାହିଁ କାହାଠି କଣ କରିବେ ମନା ।
This poem has not been translated into any other language yet.
I would like to translate this poem