1
ଆଃ କାଳିପୂଜା!
ସବୁ ରହସ୍ୟ ଖୋଲିଦେବା,
ଆଣିକରି ଆ ଗୋଟି ଗୋଟି ଚକ୍ ଚାକ୍ ଅକ୍ଷର,
ଏଇଠି ସଜା।
ଆଜି ସବୁ ପାଇବା,
କିଏ ଜାଣେରେ ବାବା
ଆଗକୁ କିଏ ଥିବା କି ନ ଥିବା!
2
ଆସ, ଆସହେ,
ଅନ୍ଧାରରେ ଆସିଛ ଜାଣେ,
ଗଲାବେଳେ ଦେଖାଇଦେଉଛି
ହୃଦୟଆଲୁଅ
ଶ୍ରଦ୍ଧାରୂପକ ତେଲ ପକାଇ
ଭକ୍ତିର ଦୀପ ଜାଳି ଅକ୍ଷରର,
ଏଇଠି ମୋର
ଏ ଅଚଳ ହାତଗୋଡରେ।
This poem has not been translated into any other language yet.
I would like to translate this poem