କଲିକତା
ଗଜାନନ ମଶ୍ର
କୋଉଠି କଲିକତା
ପଚାରିବାର ଉପାୟ ନ ଥିଲା
ମୋ ଜେଜେ ମାକୁ
ଆସିଥିଲା ଯିଏପୁରସ୍ତମ ଛାଡି
ପାଟନା ରାଇଜକୁ
ଜେଜେ ପଠାଣି ସହିତ।
କୋଉଠି କଲିକତା
ପଚାରି ପାରି ନ ଥିଲି
ମାକୁ ମୋର
ଯିଏ ଥିଲା ଅଗ୍ନାଅଗ୍ନି
ଜଙ୍ଗଲ ଭିତରେ ଥିବା
ବନକେଡା ଗାଁର ଝିଅ।
ମୋ ସ୍ତ୍ରୀର ପାଳି
ଏବେ ଚାଲିଥିଲାବେଳେ
ଦେଖ ସମୟର ଗତି
କଲିକତାରେ ପାଇଛି
ଏ ନାତି, ଚଲେଇଛି ଯେବେଳେ
ମମତାଦି ରାମ ନାମ ରାଜନୀତି।
ପଚାରିବାର ଆବଶ୍ୟକ
ନାଇଁ ଆଉ କଲିକତାକୁ ନେଇ
କଉଣସି ପ୍ରଶ୍ନ, ଖୋଦ ମୁଁ ଆଉ
ଆଉ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ
କରୁନି ମନ, ଚୁପ୍ ସବୁ
ଯେବେ ସୁଜ୍ଞଜନ।
ପାହାନ୍ତାରୁ
କରିସାରିଲାପରେ ଗଙ୍ଗାସ୍ନାନ
ପାରୁଛି ଜାଣି ନୂଆ କିଛି
କରିବାକୁ ହେବ ଅଧ୍ୟୟନ
ଲେଖା ସରିଛି ଯେମିତି
ଆଗାମୀ ଉନ୍ନୟନ ।
ତପୋବନ ଡାକୁଛି
ଆଉ ଯାଉଛି ମୁଁ
ଥାଉ କଲିକତା,
ଅଛି ଯୋଉଠି।
କରିହେବ ବହୁତ କିଛି ନୂଆ
ଅବଶ୍ୟ ବିଶ୍ୱାସ ଅଛି ମୋଠି।
ତପୋବନ, ଟିଟିଲାଗଡ, ବଲାଙ୍ଗିର
6/6/2019
This poem has not been translated into any other language yet.
I would like to translate this poem