ଭୂମିର ଭାଷା Language Of The Land Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଭୂମିର ଭାଷା Language Of The Land

Rating: 5.0

ଏମାନେ କୁଆଡେ ଭୂମିପୁତ୍ର,
ଭୂମିର ଭାଷା ବାହାରୁ ନି ପାଟିରୁ,
ଅଜାତିଆ କରିବାକୁ
ସଭିଙ୍କୁ ଆପଣେଇ ନେଉଛନ୍ତି ସବୁ କୌଶଳକୁ।
ସଦାବେଳ ନିଶାରେ, ସଦାବେଳ ବ୍ୟସ୍ତ ମାତୃଦ୍ରୋହୀ କାର୍ଯ୍ୟରେ
ଆଉ ସଦାବେଳ ମା ମାଟି ବିରୋଧରେ ।

ଏମାନେ କୁଆଡେ ଭୂମିପୁତ୍ର,
ଭୁଆଁବୁଲା କଥାରେ ଭୁଲେଇ ସାଇଭାଇକୁ
ଲୁଟ କରୁଛନ୍ତି ଇଜ୍ଜତ ମହତ
ଝିଅ ଭଉଣୀ ବୋହୂର ।

ଏମାନେ କୁଆଡେ ଭୂମିପୁତ୍ର,
ଏମାନେ ବିଶ୍ୱାସଘାତକ ତସ୍କର,
ସଦା ଚଲେଇଛନ୍ତି ଦୁଇନମ୍ୱରି କାରବାର।
ବାହାରକୁ ଚହଟ ଚିକ୍କଣ ଧୋବଧାଉଳିଆ
ନକଲି ଭାବମୂର୍ତ୍ତିରେ ମାହିର ଏମାନେ।

POET'S NOTES ABOUT THE POEM
Written in Odia language Odia is the official language of Odisha India. It is all about land and language
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success