ଛାଡ ଆମକୁ ମୁକ୍ତ Leave Us Free Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଛାଡ ଆମକୁ ମୁକ୍ତ Leave Us Free

Rating: 5.0

ଅଭିଯାନ
ଗଜାନନ ମିଶ୍ର

1
ଭାଡ ମେ ଯାଉ
ତୁମ ଅଭିଯାନ।
ଛାଡ ଆମକୁ ମୁକ୍ତ ।

ଆମେ ଆମର
ମାଟିର ସୁଗନ୍ଧରେ
ମହକିବାକୁ ଚାହୁଁ।
ଛାଡ ଆମକୁ ମୁକ୍ତ।

ଦଳଫଳରେ
ବିଶ୍ୱାସ ନାଇଁ ଆମର।
ଛାଡ ଆମକୁ ମୁକ୍ତ ।

ଆମେ ଆମର
ଠିଆ ହେବୁ ଆମ ଗୋଡରେ,
ଆମ ଲାଲ ରକ୍ତରେ
ଆମେ ବଂଚିବୁ ଦୃଢ।

2
ରଙ୍ଗୀନ ଆମେ
ଆମଠି, ଆଉ
କେହି କିଛି ଆମର
ପାରିବେ ନି ଉଖାଡି।

ଆଉ ଆମ ବିରୁଦ୍ଧରେ
ଯେତେସବୁ ଷଡଯନ୍ତ୍ର
କାମକୁ ଦେବ ନି କିଛି।

କିଛି କେହି
ପାରିବେ ନି ବି
ହରଣଚାଳ କରି
ଆମଠୁ।

ଆମର ଯାହା,
ରହିବ ସବୁ ଆମର ହୋଇ
ଆପେ ପଡିଯିବ ଧରା ଚାଲାକି।

ତପୋବନ, ଟିଟିଲାଗଡ, ବଲାଙ୍ଗିର
21/4/2019

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success