ଜୀବନ ଥାଉlet The Life Stay Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜୀବନ ଥାଉlet The Life Stay

Rating: 5.0

ସମୁଦ୍ର, ସମୁଦ୍ର ହୋଇ ଥାଉ,
ଆଉ ଥାଆନ୍ତୁ ସମୁଦ୍ର ଭିତରେ
ମାଛ, କଙ୍କଡା, କୁମ୍ଭୀର
ଆଉ ଆଉ ଯେତେ ଯାହା।
ଆକାଶକୁ, ଆକାଶଆଡକୁ
ନ ଆସୁ ମାଡି ସମୁଦ୍ର।

ଆକାଶରେ ଅଛନ୍ତି ଯେତେ
ତାରକାଦି ସଭିଙ୍କ ସହିତ
ଅଛି ମୁଁ ବି ନିର୍ଭୟ ଇନ୍ଦ୍ରଧନୁର
ଘେର ଭିତରେ ନାଚିକୁଦି।
ମୋ ଶବ୍ଦରେ ରହିଛି ଆକାଶ,
ଆଉ ମୁଁ ଯାଉଛି ଛୁଟି
ନୀରବରେ ପ୍ରେମ ଆଡିକି।

ମୁଁ କୋଉଠି ଶୁଣ ମତେ,
ପ୍ରଡାପତିର ଡେଣାରେ,
ମୁଁ କୋଉଠି ଦେଖ ମତେ
ନଈର ଗଭୀରତାରେ,
ମୁଁ କୋଉଠି ମୋରି ସ୍ୱପ୍ନରେ
ପାଉଛ ଯଦି ଛନ୍ଦି ଦିଅ
ଶୁଣି ମତେ ଏ ମାଟିରେ।

ମୋ ଇଚ୍ଛା ସବୁ ନିଆଁ ହୋଇ
ଜଳୁଛି ଏଠି, ଆଉ ମୁଁ ନୀରବ ଦ୍ରଷ୍ଟା ।
ସମୟ ପିଠିରେ ପାରୁନି ରଙ୍ଗଦେଇ,
କାହିଁ କେତେଦୂରରୁ ଆସୁଛି ଫେରି
ଅନୁରୋଧ ସବୁକୁ ଅଗ୍ରାହ୍ୟ କରି ନ ପାରି।
ପାରୁ ନି ବି କହି ଆସ ବନ୍ଧୁ ଆସ
କଳାଧଳାରେ ସାମିଲ ହେବାକୁ ଆସ।
ପୂର୍ବକୁ ପୂର୍ବ, ପଶ୍ଚିମକୁ ପଶ୍ଚିମ
କହିବାକୁ ସିଧାସଳଖ ଆସ।
ଯିଏ ଯୋଉଠି ଅଛି ମାଙ୍କଡସା,
ସାପ ବେଙ୍ଗ ସେମାନଙ୍କୁ ସେମାନଙ୍କ
ଜାଗାମାନଙ୍କରେ ରଖିଦେଇ ଆସ।

ଜୀବନ ଥାଉ, ଆଉ ଥାଉ ସମୟ।

Tuesday, September 4, 2018
Topic(s) of this poem: life
POET'S NOTES ABOUT THE POEM
written in odia language, odia is the official language of Odisha India, it is about life and timeless time
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success