ଆ ଖେଲମା, Let Us Come To Play Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆ ଖେଲମା, Let Us Come To Play

ଚିଲୋଲାଇ ଆ ଖେଲମା
ଗଜାନନ ମିଶ୍ର
(ଅଗ୍ରଜ କବି ପ୍ରଦୀପ ପଣ୍ଡା)

ଚିଲୋଲାଇ ଆ ଖେଲମା,
ଡାକୁଛେ ଜୀବନ।
ହେନ ଅଛେ ପରେ
ସବୁ ସପନ!

ମତେ ନାଇଁ ଜଣା ଦାଦା,
ପୁଣି କୋଉ ଉଲ୍ଲାସରେ
ଏଠୁ ହେବ ଯିବାକୁ।
ପଙ୍କପାଣିରୁ ପୁଣି
ଫୁଟିବ କେମିତି କଣ!
ଗୀତଫିତ ଖେଳାବୁଲା
ପକ୍ଷୀପାଣି ଠେଲାପେଲା
ନଚାଡେଗା ସବୁ ବେକାର।

ଭୋଗରାଗ ସରିଛି ସବୁ,
କିଏ କହିବ?
ଦେଖିଲାବେଳକୁ ପଡିସାରିଛି
ତାଟିକବାଟ ସବୁ ଘରର
ସବୁ ମନ୍ଦିରର।

ନା ଦାଦା, ନା
କଣ୍ଟାବାଡ ଦେଖି ନି ଏ ଯାଏ।
ନା ଦାଦା,
କୋଉ ସରଲିଆ ପଥରରେ
ଘେସରି ହେଇ ନି।
କେତେ ଜାଗାରେ
ଏ କୁର୍ତ୍ତା ପେଣ୍ଟ ଫାଟିଲାଣି
ହିସାବ ନାଇଁ।

ନାଇଁ ଆଉ କୋଉ
ମାଲୁଣୀର ଚାହାଣୀ,
ନାଇଁ କେହି କୋଉଠି
ଆଉ ବନ୍ଧା।

ବହୁତ ହେଉଛି ଭୁଲି
ଜାଗା ଜାଗା ନାମ ଗୋତ୍ର।
ଚୈତ୍ର ଗଲା
ସରି ନି ଆହୁରି
ଚଣ୍ଡମୁଣ୍ଡର ଖେଳା।

ଦାଦା,
ତାଳି ମାରିବା ଭୁଲିଛି,
ତା ତା ଧୈ ଧୈ
ନାଚୁଛି ନାତି!
ମାତିଛନ୍ତି ମହିଷାଦି
ଏ ଗାଁରେ ସେ ଗାଁରେ
ଭିତରେ ବାହାରେ।

ହେଉ ନି ଯୋଡି
ଛିଣ୍ଡି ଛିଣ୍ଡି ଯାଇଛି ଯୋଉଟା,
ହୋଇ ପାରିଲା ନି ଅକ୍ତିଆର
ସେସବୁ ବିଦ୍ୟା।
ଆକାଶ ଆକାଶ
ଭର୍ତ୍ତି ତାରା ଆଉ ତାରା।

ନାଇଁ ଦାଦା, ନାଇଁ
ଚିଲୋଲାଇ ଖେଳନ୍ତି କେମିତି
ଅଗଣା, ଗାଁ ଦାଣ୍ଡ
ଆଉ ନାଇଁ।
ବାହୁ ଇ ନାଇଁ
ପ୍ରସାରିବ କେମିତି
କେଉଁଆଡକୁ,
ଦିଗବାଗ ସବୁ ଉଭାନ୍
କେବେଠୁ।

ଡାକ ନାଇଁ,
ଦେଖିବାକୁ ଆଉ
ନାହିଁ କେହି କୋଉଠି,
ବୁଡବକ୍ କି ସବୁ?
ମତେ ନାଇଁ ଜଣା
ଫେରିବାର ନାଇଁ ରାସ୍ତା
ଯାଇଛି ଯୋଉଠିକୁ ରିଂଝା।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
08/05/2021

Friday, May 7, 2021
Topic(s) of this poem: life
POET'S NOTES ABOUT THE POEM
Language- odia. Official language of Odisha, India.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success