ଅକ୍ଷର ଶବ୍ଦ ଆଉ ଅର୍ଥ Letter Word And Meanings Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଅକ୍ଷର ଶବ୍ଦ ଆଉ ଅର୍ଥ Letter Word And Meanings

ବଳ
ଗଜାନନ ମିଶ୍ର

ବଳ ମୋର
ଅକ୍ଷର ଶବ୍ଦ
ଆଉ ଅର୍ଥ।
କୁଅର୍ଥ ଆସେନା
ମୋ ଅକ୍ଷରରେ
ମୋ ଶବ୍ଦରେ।
ଶବ୍ଦ ଗଢେଁ ମୁଁ
ମୋ ରକ୍ତରେ
ଝାଳନାଳ ହୋଇ।
ଆଉ ସଦା ନାଚୁଥାଏଁ
ସମୟର ବାଦ୍ୟରେ
ତାଳଲୟରେ।
କବି ମୁଁ
ସଚରାଚର ସହିତ
ରଖେ ପ୍ରୀତି
ବୁଦ୍ଧି ଅଗୋଚର।
କୁମତି ପାରେ ନା ପଶି
ଭିତରୁ ଭିତର
ଅଧବାଟରୁ କହେ
ବେକାର ହୋ, ଛାଡ।
ମୂର୍ଖେ ବୁଝିବେ କଣ
ଦୁକଦୁକି ଧୁକଧୁକି ମୋର।
ପ୍ରିୟ ମଣିଷ,
ହୁଅ ଗତଶୋକ
ହୃଦରୁ ତୁଟାଇ ଡର।
ଲାଗି ଲାଗି ଆସ
ମୋ ଶବ୍ଦ ଅକ୍ଷର
ଅର୍ଥ ପାଖକୁ।
କର ନିତ୍ୟ ସ୍ନାନ
ଭାବରେ ପ୍ରେମରେ
ହର୍ଷରେ ଆଉ
ନୂଆ ନୂଆ ରସ
କର ପାନ।
ସ୍ନେହ ଆନନ୍ଦେ
ରହ ଗଦଗଦ
ପିଇ ପିଇ
ଭକ୍ତିର ମଦ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
30/04/2020

Wednesday, April 29, 2020
Topic(s) of this poem: life,words
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success