ଲାଗୁ ନାଇଁ ଭଲ ଆଉ
ଜୁହାର ମୁଡିଆ,
ଲାଗୁ ନାଇଁ ଭଲ
ନୂଆଁଖାଇ, ଛାଡଖାଇ,
ରସରକେଲି, ଚୁଟକୁଚୁଟା,
ମାଏଲାଜଡ ଭେଟଘାଟ୍।
କେମିତି ଲାଗିବ
ଉସନାକି ଗହଗହ ମହମହ
ଯେବେ ଦାଦନ ଯାଇଥିବା
ପୁଅ ମୋର ପାରିଲା ନି ଆସି!
କେମିତି ଶୁଣିବ କାନ
କନିଆଁଠୁ ମିଠାକଥା ପଦେ
ଭାଏ ବୁହେନ ଶାଶ ଶଶୁର
ସବକର ସଁଗେ
ନାଇଁ ମିଶୁଛି ଯେବେ ମନ!
ମିଛରେ ମିଛରେ
ଦେଲାବେଳେ ନିନ୍ଦାବଦନାମ
କେମିତି ଛିଡୁ ନାହିଁ ଜିଭ!
କେମିତି ପାଟିସାରା
ହେଉ ନାହିଁ ଘା!
ହାତଗୋଡ ଅଚଳ ହୋଇ
ଦେହ ହେଲାଣି ପଛେ ଥ,
ଯାଉ ନାହିଁ ମନରୁ ବାଦ ଛେଦ
ହିଂସା ଅହଙ୍କାର ।
ମଣିଷଠି ନାହିଁ ମଣିଷତ୍ୱ,
କେମିତି ଲାଗିବ ଭଲ
ବଜା ଢୋଲ ମୁହୁରି ଶବ୍ଦ!
ଲାଗୁ ନାହିଁ ଭଲ ଆଉ,
ଲାଗୁ ନାହିଁ ଭଲ।
ରେକର୍ଡ ଡେନ୍ସ, ଫେସନ ସୋ,
ବିଗ ବଜାର ନାଇଁ କୋଉଠି
ବାନ୍ଧି ରଖିବା ରସ।
କିଏ ଆଉ ଅଛି ଯେ ବୁଝିବ
ମାଟି ସହିତ ମାଟି ହୋଇ
ଜୀବନକୁ ଧରିବ!
ଶିଖି ମନାଇ ପୁଣି ଆଉ
ହେବ କଣ ଯେ
ଏତେସେତେ କାକୁସ୍ଥ।
This poem has not been translated into any other language yet.
I would like to translate this poem