ଜୀବନ ସ୍ୱପ୍ନ Life Dream Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜୀବନ ସ୍ୱପ୍ନ Life Dream

Rating: 5.0

ନବ ଉନ୍ମେଷ-ତରୁଣ କବିଙ୍କୁ
ଗଜାନନ ମିଶ୍ର

1
ଉଠ୍ କବି ଉଠ୍, ଉଠା
ଉଠା ଆଉ ଦେଖା
ତୋର ତେଜ ବୀର୍ଯ୍ୟ।
କହି ଦେ ଧ୍ରୁବକୁ,
ଘୁଂଚି ବସ୍ ସେଆଡକୁ।
ଆହୁରି ହ ତୁ ପ୍ରଖର କବି,
ଆହୁରି ପ୍ରଖର, ଯେମିତି
ଲଜ୍ଜିତ ହେବ ଜୈଷ୍ଠର
ମଧ୍ୟାହ୍ନ ସୂର୍ଯ୍ୟ।
ପାହାଡି ଝର୍ଣା ପରି ବହି ଯା,
ଘନ ଘର୍ଘର ନାଦରେ।
ମେଦିନୀ କଂପେଇ ଦେ,
ପବନକୁ ରୋକି ଦେ,
ଆକାଶକୁ ତୋଳି ଦେ
ପ୍ରିୟ ଅରୁଣ ତୁ,କରୁଛି
ଆମନ୍ତ୍ରଣ ତତେ,
ନବ ଉନ୍ମେଷ-ତରୁଣ!
ଶାନ୍ତିର ନିହ ପକା
ଯୁଦ୍ଧରେ, ଯୁଦ୍ଧର ଆହ୍ୱାନ ଦେ
ଶାନ୍ତି ସହାବସ୍ଥାନର ଲକ୍ଷ୍ୟରେ।
ରେ କବି, ମନ୍ଥି ଦେ ମାଟି,
ବାହାର କରି ନୂଆସ୍ୱପ୍ନ।
ମଂଚରେ ରହି ସଚରାଚରର
ମଙ୍ଗଳ ପାଇଁ କରି ଦେ
ନିଜକୁ ନିଜେ ଅର୍ପଣ।
କବି ତୁ, ପ୍ରତି ମୁହୂର୍ତ୍ତ
ତୋର ଭାବ-ଜନ୍ମ,
ନାହିଁ ତୋ କପାଳେ ମରଣ।
ଉଠା ତୋର ଶବ୍ଦ-ବାଣ,
ଏ ଧରାରେ ଦେବାକୁ ନୂଆ ଜୀବନ।

2

କବି, କବି ତୁ
ଘୂର୍ଣ୍ଣି ଝଡ।
ପୁଣି ତୁ
ବର୍ଷା ଝର।
ତୋ ସ୍ୱରରେ
ସବୁ ଶୃଙ୍ଖଳ।
ଭୂତ ପ୍ରେତ
ରାକ୍ଷସଙ୍କ ପାଇଁ
ତୁ ଯମଦ୍ୱାର।
ସତ୍ୟ ଶାନ୍ତି
ପ୍ରେମ ମୈତ୍ରୀ ପାଇଁ
ତୁ ଅମୃତ ସାଗର।
ଉଠ୍ ଉଠ୍,
କବି ଉଠ୍
ତଡିଦେବାକୁ
ସବୁ ଅନ୍ଧାର।

3

ଏ ମାଟି
ତୋରରେ କବି।
ତଳ ଅତଳ ବିତଳ
ରସାତଳ,
ଆଉ ଆଉ
ଉପରୁ ଉପର
କେବଳ ତୋର।
କାହାର ଚାପରେ
ହେବାର ନାଇଁ
ତୁ ଭୟାତୁର।
ତୁ ଇ
ଅନୁସରଣ କର ତୋର।
ସବୁ ସବୁ ଆଲୁଅର
ତୋଠି ତୁ
କରି ଦେ ଆବିଷ୍କାର ।
ଭାଙ୍ଗି ଭାଙ୍ଗି ଗଢି ଦେ,
ନିସ୍ତେଜକୁ ସତେଜ କରି ଦେ।
ଫୁଲ ହୋଇ ଫୁଟୁ ଏଇଠି
ଏସବୁ ପଥର।
ଶବ୍ଦରେ ଶବ୍ଦରେ
ତୁ ଆଣି ଦେ
ଚିରକାଳ ସକାଳ।
ରେ କବି,
ପ୍ରେମମୟ ହେଉ ସ୍ୱପ୍ନ।
ଧନ୍ୟ ଧନ୍ଯ ହେଉ
ଜୀବନ ଯୌବନ।
ପ୍ରଚ୍ଛନ୍ନ ପ୍ରତ୍ୟେକ ଦିନ
ପୂର୍ବାହ୍ନ ଅପରାହ୍ନ
ହୋଇଉଠୁ ସବୁ ମହିମ୍ନ
ମହୀୟାନ।

(10/8/2019 ଶନିବାର, ଭବାନୀପାଟଣାର ବିଜୁ କଲ୍ୟାଣ ମଣ୍ଡପରେ ସାହିତ୍ୟକଥା ସପ୍ତମ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ତରୁଣ କବିଙ୍କୁ କେଇପଦ)

ତପୋବନ, ଟିଟିଲାଗଡ, ବଲାଙ୍ଗିର
10/8/2019

Saturday, August 10, 2019
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success