ସେଇ କବିତା
ଗଜାନନ ମିଶ୍ର
ସେଇ କବିତା ମୋର
ଦରକାର ନାଇଁ
ଯୋଉ କବିତା ଆଶା
ଟିକିଏ ପାରେ ନାଇଁ ଦେଇ
ବଂଚିବାର ଏ ମାଟିରେ।
ଏ ମାଟି ମତେ ଦିଏ ଖାଦ୍ୟ,
ପିଇବାର ପାଣି ବୁନ୍ଦାଏ
ମିଳେ ମତେ ଏ ମାଟିରୁ।
ଏ ମାଟି ଉପରେ ମୁଁ
ତିଆରି କରେଁ ଘରଟିଏ
ରହିବି ବୋଲି ଶାନ୍ତିରେ।
ଘର ଭିତରେ ଥାଏ
ଅନେକ ସ୍ୱପ୍ନ ଖରାର
ଶୀତର ବର୍ଷାର।
ସ୍ୱପ୍ନ ଦେଖାଏ ମତେ
ସେଇ କବିତା, ଯାହାକୁ
ଦେଖି ମୁଁ ବଂଚେ, ବଂଚିଯାଏଁ
ଘଡିଏ ପବନରେ।
ପବନ ଉଡାଏ ମତେ
ସାରା ପୃଥିବୀରେ,
କବିତା ଥାଏ ମୋ ଭିତରେ
ଆଉ କହୁଥାଏ କେତେ କଥା
ଯୁଦ୍ଧକୁ ନେଇ ଶାନ୍ତିକୁ ନେଇ।
କବିତାରେ ମୁଁ ମୋର
କରୁଥାଏଁ ସଂଘର୍ଷ
ଜୀବନକୁ ଧରି।
ଆଉ ଜୀବନ ଥାଏ
କେବଳ ପ୍ରେମରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
1/8/2019
This poem has not been translated into any other language yet.
I would like to translate this poem
Life in love, love the earth, earth is poetry