ଦୋଚାରୁଣୀ
ଗଜାନନ ମିଶ୍ର
1
ମୋ ଘରେ ମୁ ହିଁ
ଦୋଚାରୁଣୀ।
ଅଛି ଯିଏ
ଅନାଦର ତାକୁ ଇ।
ଯିଏ ନାଇଁ
ମରୁଛି ଭ୍ରମରେ
ତାହାରି ପାଇଁ।
ନ ଜାଣେ ନୁହେଁ
ନବଦ୍ୱାର ମଳମୂତ୍ର
ବାତ ପିତ୍ତ କଫ ଦୁର୍ଗନ୍ଧ
ରୋଗ ଶୋକ କୃମି କୀଟ
ଆଉ ମୁଁ ଛଟପଟ।
ମୁଁ ବନ୍ଦୀ
ମୋ ଠି,
ବିଅର୍ଥ ଭାବ
ବିଅର୍ଥ ଦେହ
ବିଅର୍ଥ ସମୟ
ବୁଦ୍ଧି ଦୁଷ୍ଟ।
ମୂଢପଣ, ଅଜ୍ଞାନ
ନୁହଁ ପ୍ରସନ୍ନ
ଭ୍ରମୁଛି ବନୁବନ
ହରି ନିଆହେଇଛି
ମୋ ଆତ୍ମାମନ।
2
ପାରୁ ନି କରି
କିଛି ସ୍ଥିର,
ଆସୁ ନି
ଉଚିତ ବିଚାର।
ସର୍ବତ୍ର
ଅନ୍ଧାର ଅନ୍ଧାର
ହୀନଗତି
ଦୁର୍ଭାଗ୍ୟ!
(ପିଙ୍ଗଳା)
ତପୋବନ, ଟିଟିଲାଗଡ, ବଲାଙ୍ଗୀର
05/01/2021
This poem has not been translated into any other language yet.
I would like to translate this poem