ଅଛ ତୁମେ
ଗଜାନନ ମିଶ୍ର
ହଁ, ଅଛ ତୁମେ,
ଅଛ କେବଳ
ଖାଦ୍ୟ ପାଇଁ।
ଅଛ, ଅଛ,
ଦେଖିଲାବେଳକୁ
ନାହଁ, ନାହଁ।
ଖାଉଛ ଖାଦ୍ୟ,
ଆଉ ତୁମେ ନିଜେ
ଗୋଟେ ଖାଦ୍ୟ।
ଖାଦ୍ୟ ଯିଏ
ଖାଦକ ସିଏ।
ଗୋଲେଇରେ
ଗୋଲ ଗୋଲ ଖେଳ
ଏଠାରେ।
କେମିତି କଣ
ନ ପଚାର।
ଦେଖ ଆଉ
ଅନୁଭବ କର,
ଜାଣ ସତ୍ୟ।
ସତ୍ୟ- ନୁହଁ
କିଛି ବି।
ବଂଚ, ବଂଚିଯାଅ
ମରିବାକୁ ଏଇଠି।
ମାନେ ନାଇଁ
ସୁନ୍ଦର ଆଉ
ଅସୁନ୍ଦର।
ସବୁ ଆଲୁଅ
ସବୁ ଅନ୍ଧାର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
21/6/2019
This poem has not been translated into any other language yet.
I would like to translate this poem
Language - odia, script - brahmi, it is about life, the play of light and dark - mysterious.