ବନ୍ଦ କର ନବରଙ୍ଗ!
ଚପେଇ ରଖିବାର,
ଡରେଇଦେବାର,
ଗାଳି ଦେବାର
ଅଧିକାର ନାହିଁ ତୁମର।
ଯେତିକି ତୁମେ
ସେତିକି ଆମେ।
ମା ମାଟି
ମାତୃଭାଷା ପ୍ରେମ
ଯେତିକି ଅଛି ଆମଠି
ସେସବୁ ଆମର।
ଆମର ମା ଶିଖାଇଛି,
ଅନ୍ୟର ମା ବି ସମ୍ମାନନୀୟା।
କହିଛି ପୁଣି ସହଯୋଗ
ଆଉ ସାହାଯ୍ୟ କରିଥିଲେ
ନିଜ ଭିତରର ମଣିଷତ୍ୱର
ହୁଏ ବିକାଶ।
ନିଜେ ବଂଚି
ଅନ୍ୟକୁ ବଂଚାଇଲେ
ହୁଏ ନି କାହାରି ସର୍ବନାଶ।
ଭିତରେ ଆଉ ବାହାରେ
ଏକ ଆଉ ସମତୁଲ ରଖ
ବାଣୀ ଠାଣି ବେଶ
ଡରାଇ ଧମକାଇ
କର ନି ସୃଷ୍ଟି ଆତଙ୍କ।
This poem has not been translated into any other language yet.
I would like to translate this poem