ତମେ ମହାତମା
ଗଜାନନ ମିଶ୍ର
ଖୁଜି ଖୁଜି ଖୁଜି ଖୁଜି
ମୁଇଁ ବଅରା।
ଆରୁ ତମେ ମହାତମା
କେନଆଡେ ଫେରାର୍!
କେନଆଡେ? ?
ଚିକିରପୁଏ ମାକଡେ ଭି
ନେଇଁ ନ ପାସେ ଅଁତରେ
ପଚରାମି ବଏଲେ!
ଠହର ଛୁମେକ,
ଚକା ଚକା ଚସମା
ଖୁଜସିଁ ଏଖେନ।
ଢଲିଗଲାନ ବେଲ
ସମିଆଁ ଦେଖମିବଏଲେ
କାଠରଘଡି ଚେତ୍ ହରେଇଛେ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
3/10/2019
This poem has not been translated into any other language yet.
I would like to translate this poem