ଡଙ୍ଗରରୁ
ଗଜାନନ ମିଶ୍ର
ନିଥରି ପଡୁଛି ରସ
ତପୋବନ ଡଙ୍ଗରରୁ।
କେହି ଜଣେ ବାଡ ଡେଇଁ
କାଟିବାରେ ବ୍ୟସ୍ତ ଘାସ।
କେହିଜଣେ ଉପାଡି
ନେଇ ଯାଉଛି ବାଉଁଶ ଗଛ।
ଗୀତର ଲହରରେ
କଂପାଉଛି ଦାଣ୍ଡ
ଭିକ ମାଗୁଥିବା ସେଇ
ଗଁତିଆ ବୁଢା।
ଆଗନ୍ତୁକ କେହି ଜଣେ
ସାମ୍ନାରେ ଠିଆ।
ରାସ୍ତାକଡର
ବନ୍ଧଖୋଳା ଚାଲିଛି
ସ୍କୁଲ ବନ୍ଦ ଅଛି
ବାସ-ଅବଧି ବଢି ନି।
ଗୁପ୍ତରେ
ଚାଲିଛି ଦିଆନିଆ
ସରପଂଚଙ୍କ ଘରେ।
ଅପ୍ରିୟକଥା
ଆସିଛି ଭିତରୁ ବାହାରି।
କ୍ରୋଧ ପ୍ରକାଶର କାରଣ
ନାଇଁ କିଛି।
ଚିନ୍ତାର ମାନେ ବି ନାଇଁ।
ନିଷ୍ଠାବାନ ପବନ
କରିଚାଲିଛି ସବୁକିଛି
ଡଙ୍ଗର ଉପରେ।
ଡଙ୍ଗର ପ୍ରତିଷ୍ଠା ପାଉଛି।
ଉତରା-ଚଢାରେ
ଦିଶୁଛି ସ୍ୱଚ୍ଛ
ଶବ୍ଦର ମୁଖ୍ୟ ଅଂଶ।
ଗତି ବଢୁଛି ରସର।
0943736644
This poem has not been translated into any other language yet.
I would like to translate this poem