ଏକବିଂଶ ଶତାବ୍ଦିର ମଣିଷ (Man Of 21st Century) Poem by Dr. Sada Bihari Sahu

ଏକବିଂଶ ଶତାବ୍ଦିର ମଣିଷ (Man Of 21st Century)

Rating: 5.0

ଏକବିଂଶ ଶତାବ୍ଦିର ମଣିଷ ଆମେ
ଊନ୍ନତିର ଚରମ ସୀମାରେ
ଗଢିପାରୁ ଆମେ ଆଣବିକ ବୋମ
ଦେଖାଇ ବାକୁ ଆମ ଶକ୍ତି ଓ ସାମର୍ଥ
ଧ୍ଵଂସ କରିପାରୁ ଏଇ ସୁନ୍ଦର ପୃଥିବୀ
କିନ୍ତୁ ପୁଣି କାଢିବାରେ ଆମେ ଅସମର୍ଥ
ହାୟ! ଗର୍ବ ପୁଣି କରୁ ଆମେ ଆଧୁନିକ

ପ୍ରଶସ୍ତିର ଆମେ ଶିଖର ଦେଶରେ
ତୋଳିପାରୁ ନଭଚୁମ୍ବୀ ଅଟ୍ଟାଳିକା
ପରିପୂର୍ଣ ସବୁ ଆମୋଦ ପ୍ରମୋଦେ
ସବୁ ନିଜ ଉପଭୋଗ ପାଇଁ
ରାହୁପଛେ ଝୁପୁଡି, ରସ୍ତାକଡେ ନବେ ପ୍ରତିଶତ
ସତରେ! ଖୁସି ହେଉ ଥାଉ ଆମେ ଏକବିଂଶ ଶତାବ୍ଦିର

ଗତି କରିପାରୁ ଆଲୋକ ଗତିରେ
ବଢାଉ ସାମ୍ରାଜ୍ୟ ଚନ୍ଦ୍ର ଓ ମଙ୍ଗଳେ
କାଟୁ ପଛେ ଉପସେ କଳାହାଣ୍ଡି ଓ ନାଇଜେରିଆ ଲୋକେ
ଉଠେ ମନ ମଧେ ଆମେ କି ଉନ୍ନତି ସୋପାନେ
ଦେବା ପାଇଁ ଅକ୍ଷମ ଯଦି ଖାଦ୍ୟ, ଶିକ୍ଷା ଓ ବାସ
ଧିକ! ଆମର ଏଇ ଦେଖାଣିଆ ଆଧୁନିକ ବେଶ
ସତରେ! ଆମେ ଏକବିଂଶ ଶତାବ୍ଦିର ମଣିଷ

Monday, December 4, 2017
Topic(s) of this poem: human being,social
POET'S NOTES ABOUT THE POEM
This poem is in Odia language. It talks about the Man of 21st Century or Modern society.
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success