ଗରିବ ରେଖା ତଳେ (Below The Poverty) Poem by Dr. Sada Bihari Sahu

ଗରିବ ରେଖା ତଳେ (Below The Poverty)

Rating: 5.0

ଖୋଲା ଆକାଶ ତଳେ
ଖରା, ବର୍ଷା, ଶୀତକୁଆଲିଗଂନ କରି
ଝାଳ ବୁହାଇ ଚାଲେ
ବଞ୍ଚିବାର କିଛି ସ୍ଵପ୍ନ ନେଇ
କାରଣ, କିଛି ଦାନା ପେଟ ପାଇଁ- ଜୀବନର ଲକ୍ଷ୍ୟ ସେଇ


ତଥାପି ସେ ବଞ୍ଚେ
ହସି ହସି ଗ୍ରହଣ କରେ ପରିସ୍ଥିର ସମସ୍ତ ଦେୟ
ନ ଥାଏ କାହା ପ୍ରତି କେବେ ହେୟ
ଅବା କିଛି ଲୁଟି ହୋଇ ଯିବାର ଭୟ
ଅଥବା ଅନ୍ୟକୁ ଠେଲି ଆଗକୁ ବଢି ଯିବାର ଶ୍ରେୟ
କାରଣ, ସେ ତ ଗରିବ- ଏହା ହିଁ ତାର ପରିଚୟ


ନିତୀ ଆସେ, ଅର୍ଥ ଆସେ
ଗରିବିର ମୂଳ ଉପ୍ତଡନ ସକାଶେ
ବିଶ୍ଳେଷଣ ହୁଏ ବାରମ୍ବାର ମନୀଷୀଙ୍କ ପାସେ
ଲେଖା ହୁଏ ପୋଥି ସବୁ"ଗରିବର ଉତ୍ ଥାନ ସକାଶେ"
ହେଇଛି କି କାର୍ଯ୍ୟକ୍ଷମ ମନ ମଧେ ପ୍ରଶ୍ନ ଆସେ
କାରଣ, ଗରିବଙ୍କୁ ଲୁଟି ଧନୀଙ୍କ ସଂଖ୍ୟା ବଢେ ଦିନ ମାସେ ବର୍ଷେ


ଆଖ୍ୟା ହୋଇପାରେ ଗରିବ ରେଖା ତଳେ
କିନ୍ତୁ ଧନୀ ସେ ମନ ଓ ହୃଦୟର ସ୍ଥଳେ
ଛଡାଇ ନାହିଁ କେବେ ଅନ୍ୟଠୁ କଳବଳ କୌଶଳେ
ଦେଇଛି ନିଜ ଶ୍ରମ, କର୍ମ ପାଇବାକୁ ମୁକ୍ତି ଏଇ ଅଭିଶପ୍ତ ଜୀବନ ପ୍ରାଙ୍ଗଣେ


ସେ ଗରିବ ନୁହେଁ ନିଜ ଇଚ୍ଛା ଯୁକ୍ତେ
ପରିସ୍ଥିତି, ସମାଜ ଦେଇ ନାହିଁ ବଢିବାକୁ ତା ସାଥେ
ବିଚାରିବା ଆସ ଥରେ
ଏଥି ପାଇଁ ଦାୟୀ ଆମେ
ଅବା ଜୀଇଁବା ପ୍ରଣାଳିରେ ତୃଟି ଆମ ପାଖେ
ଅଥବାଆମ ଲୋଭ, ସ୍ଵାର୍ଥ, ଅନ୍ୟକୁ ଲୁଟିବା ସ୍ଵଭାବେ

Friday, December 1, 2017
Topic(s) of this poem: social,social injustice
POET'S NOTES ABOUT THE POEM
This is a poem in Odia language which is my mother tongue. This poem is about Poverty which I closely witness the people during my childhood days in Koraput, Bolangir, Kalahandi and other parts of the country.
COMMENTS OF THE POEM
Dr Dillip K Swain 02 December 2017

Excellent Thanks for sharing.. Enjoy this pious world dear Dr Sada

2 0 Reply
Sada Bihari Sahu 03 December 2017

Thanks a lot Dr. Dillip. Enjoying the pious world with all its flavor.

0 0
Sada Bihari Sahu 03 December 2017

Very nice Dr. Dillip. Your few words have a lot to me. Thank you.

0 0
Kumarmani Mahakul 01 December 2017

ଖୋଲା ଆକାଶ ତଳେ, ବରଷା ଜଳ ମାଳେ, ବୁହାଇ ଝାଳ ଲେଖେ ସପନ ଗଗନ କମ୍ପେ କାଳେ । ଗରିବ ରେଖା ତଳେ, ସପନ କିଛି ଜଳେ, ଅରଥ ଆସେ ମେଘ ତ ଭାଷେ ମନ ହୃଦୟ ସ୍ଥଳେ ।.. ଅଛି ତାହାର ମନ, କରମ କରେ ଜନ, ଭିତରୁ ଧନୀ ମନରୁ ଭାଷେ ଓପାଷେ ଦିନ ରସେ, । କିଛି କଥାରେ ଭାବ, ଭାବନା କରେ ଠାବ, ନୀତିରୁ ଜ୍ଞାନୀ ଭାବରୁ ଜାଣି ଦିବସେ ନିଶି ପସେ । ଆହେ ସଦା ବିହାରୀ କବି, ଲେଖି କବିତା ଭାବି, କଲେ ଆମକୁ ଭାବ ପ୍ରବଣ, ଦେଖିଲୁ ସତ ଛବି । ହୋଇଛି କବିତା ଗୋଟି ଭାରି ଉତ୍ତମ, କରମେ ରହିଛି ପ୍ରାଣ ସାର ମରମ । କବିତାରେ ଅଛି କିଛି ଗହନ ରସ, ତେଣୁ କରି ଦେଲୁ ଆମ୍ଭ ପୂରା ହେ ଦଶ ।

1 0 Reply
Sada Bihari Sahu 01 December 2017

ଅନେକ ଅନେକ ଧନ୍ୟବାଦ ସାର । କବିତା ଦ୍ଵାରା ଭାବକୁ ପ୍ରକାଶ କରିବା ନିଆରା । ହୃଦୟକୁ ଛୁଇଁ ଗଲା । ଆପଣ ମାନଙ୍କ ଭଳି ଉଚ୍ଚ ତଥା ଅତି ପ୍ରଘାଡ କବିଙ୍କ ସହିତ ସମ୍ପର୍କ ରଖି ପାରିଥିବାରୁ ନିଜକୁ ଧନ୍ୟ ଓ ଭାଗ୍ଯବାନ ମନେ କରୁଛି । ସତରେ ସାର ମୁଁ ସାହିତ୍ୟରେ ପୁରା ପୁରି ଅନାଡି । କିଛି ସାଙ୍ଗ ତଥା ଆପଣ ତଥା ଅନ୍ୟ କିଛି ସାହିତ୍ୟ ପ୍ରତି ଅନୁରାଗ ରଖୁ ଥିବା ବ୍ୟକ୍ତିଙ୍କ ଉତ୍ସାହନ ଯୋଗୁଁ କିଛି ଲେଖେ । ଆପଣଙ୍କ ପ୍ରସଂଶା କରିବା ଶୈଳି ଗୀତ ମାଧ୍ୟମରେ, ବହୁତ ଭଲ ଲାଗିଲା। ପୁଣି ଥରେ ସାଧୁବାଦ ଓ ନମସ୍କାର ।

0 0
Sada Bihari Sahu 01 December 2017

ଅନେକ ଧନ୍ୟବାଦ ସୁବାଷ ବାବୁ ଆପଣଙ୍କ ମତାମତ ପାଇଁ । ଖୁସି ଲାଗିଲା ଓ ମନକୁ ଛୁଇଁ ଗଲା । ପ୍ରକୃତରେ ସାହିତ୍ୟ ରେ ଏମିତି ପ୍ରାରଙ୍ଗମ ନୁହେଁ । କିଛି କିଛି ବେଳେ ବେଳେ ଲେଖେ । ଆପଣଙ୍କ ଭୁରି ପ୍ରସଂଶା ପରେ ଲାଗୁଛି କିଛି ସମୟ କବିତା ପ୍ରତି ଦେବାକୁ ପଡିବ। ପୁଣି ଥରେ ଅନେକ ସାଧୁବାଦ। ଇତି ଆପଣଙ୍କର ଶୁଭେଛୁ, ସଦା ବିହାରୀ ସାହୁ

0 0 Reply
Subhas Chandra Chakra 01 December 2017

ନୀତି ଆସେ, ଅର୍ଥ ଆସେ ଗରିବିର ମୂଳ ଉପ୍ତୀଡନ ସକାଶେ ବିଶ୍ଳେଷଣ ହୁଏ ବାରମ୍ବାର ମନୀଷୀଙ୍କ ପାଶେ, ଲେଖା ହୁଏ ପୋଥି ସବୁଗରିବର ଉତ୍ ଥାନ ସକାଶେ ହେଇଛି କି କାର୍ଯ୍ୟକ୍ଷମ ମନ ମଧେ ପ୍ରଶ୍ନ ଆସେ କାରଣ, ଗରିବଙ୍କୁ ଲୁଟି ଧନୀଙ୍କ ସଂଖ୍ୟା ବଢେ ଦିନ ମାସେ ବର୍ଷେ.... ଆପଣ ଙ୍କ କବିତା ଅତି ସୁନ୍ଦର ଏବଂ ସମୟୋପଯୋଗୀ ହୋଇପାରିଛି...ଆପଣ ଦାରିଦ୍ର୍ୟ କୁ ଅତି ପାଖ ରୁ ଦେଖିଚନ୍ତି, ଏହା ଆୁଣ ଙ୍କ କବିତା ରୁ ସୁସ୍ପଷ୍ଟ । ଦୟାକରି ଲେଖିବା ର ନିୟମିତତା ରଖନ୍ତୁ । ଇତି ଆପଣ ଙ୍କ ବିଦଗ୍ଧ ପାଠକ ସୁଭାଷ ଚକ୍ର 10+++for the so timely poem shared. Subhas

5 0 Reply
READ THIS POEM IN OTHER LANGUAGES
Close
Error Success