Han, mo bakharaare mu achhi,
Kintu kahinki jane nahin.
Jetebeljae achhi mu,
Mu je surakhita,
Taha bi kahi paare naa.
Sandeha nahin, mo bakharaa
Mo pain jadhesta.
Aau mu aethire santusta.
Sandheha nahin, tume daaka
Aau mu sune, kintu
Jai paare naa
Kaarana janaa nahin.
Tume karichha mate aalokita
Tume kahila, kintu mu anubhav karen
Mu tathapi achhi andharare.
Mu achhi ethi ghanta pare ghanta
Tumaku taaki taaki.
Bhitare ki baahaare
Sethire kichhi jaae aase naa.
Kintu mu achhi sethare
Prema pain, satya pain.
Barapha pade, aakasha daake,
Pabana hue antarhita
Maati badalae ranga.
Kaarana jaane naa kintu thae,
Mu jaane mu nahin samaya sahita.
Mu madhya jaane samaya sahita mishi
Mu jini paribi sabu.
Kintu prakrutare, mu mo bekharare nahin.
Jadio bakharare mo bhitare achhi.
In odia lipi;
ମୋ ବଖରା
ହଁ, ମୋ ବଖରାରେ ମୁଁ ଅଛି ।
କିନ୍ତୁ କାହିଁକି ଜାଣେ ନାହିଁ ।
ଯେତେବେଳ ଯାଏ ଅଛି ମୁଁ,
ମୁଁ ସୁରକ୍ଷିତ ତାହା ବି କହି ପାରେ ନା ।
ସନ୍ଦେହହୀନ, ମୋ ବଖରା
ମୋ ପାଇଁ ଯଥେଷ୍ଟ ।
ଆଉ ମୁଁ ଏଥିରେ ସନ୍ତୁଷ୍ଟ ।
ସନ୍ଦେହହୀନ, ତୁମେ ଡାକ
ଆଉ ମୁଁ ଶୁଣେ, କିନ୍ତୁ
ଯାଇ ପାରେ ନା,
କାରଣ ନାହିଁ ଜଣା ।
ତୁମେ କରିଛ ମତେ ଆଲୋକିତ
ତୁମେ କହିଲ, କିନ୍ତୁ ମୁଁ ଅନୁଭବ କରେଁ
ମୁଁ ତଥାପି ଅଛି ଅନ୍ଧାରରେ ।
ମୁଁ ଅଛି ଏଠି ଘଣ୍ଟା ପରେ ଘଣ୍ଟା
ତୁମକୁ ଟାକି ଟାକି ।
ଭିତରେ କି ବାହାରେ
ସେଥିରେ କିଛି ଯାଏ ଆସେ ନା ।
କିନ୍ତୁ ମୁଁ ଅଛି ସେଠାରେ
ପ୍ରେମ ପାଇଁ ସତ୍ୟ ପାଇଁ ।
ବରଫ ପଡେ, ଆକାଶ ଡାକେ,
ପବନ ହୁଏ ଅନ୍ତର୍ହିତ
ମାଟି ବଦଳାଏ ରଙ୍ଗ ।
କାରଣ ଜାଣେ ନା କିନ୍ତୁ ଥାଏଁ,
ମୁଁ ଜାଣେ ମୁଁ ନାହିଁ ସମୟ ସହିତ ।
ମୁଁ ମଧ୍ୟ ଜାଣେ ସମୟ ସହିତ ମିଶି
ମୁଁ ଜିଣି ପାରିବି ସବୁ ।
କିନ୍ତୁ ପ୍ରକୃତରେ ମୁଁ ମୋ ବଖରାରେ ନାହିଁ ।
ଯଦିଓ ବଖରା ଅଛି ମୋ ଭିତରେ ।
We are in a room that is not ours