କି ରକମ
ଗଜାନନ ମିଶ୍ର
କି ରକମ ବଂଚି ହୁଏ
କେନ୍ତା କହିହେବା!
ରଂଗ ରୂପ ବଦଳୁଥିବା
ଆଉ ସବାଖିଆ ସମୟ
ପିଠିରେ ଲାଉ ହୋଇଥିବା।
ଖରା ବର୍ଷା ଶୀତ କାକରରେ
ସ୍ଥିରତା ହରାଉଥିବା
ବ୍ୟଙ୍ଗବିଦ୍ରୁପରେ ସିଝୁଥିବା
ତୋଫା ଜହ୍ନ ରାତି।
କହନ୍ତି ଯେଡେ ନୁହନ୍ତି ସେମାନେ,
ଆଉ ଆମେ?
ପ୍ରଶ୍ନ ଯୋଉଠି, ଉତ୍ତର ବି ସେଇଠି,
ଅଥଚ କିଛିରୁ କିଛି ମିଳେ ନା,
ନାଚିବାକୁ ନ ଥାଏ ଆଉ ରାଧି।
ରାଗରୋଷର ନ ଥାଏ କିଛି ମାନେ,
ଆଉ ଏକ ଅଧ୍ୟାୟର ଆରମ୍ଭ
ହୋଇ ସାରିଥାଏ ଆମ ଲକ୍ଷ୍ୟ ଅଲକ୍ଷ୍ୟରେ।
କଜଳପାତି ଆସି ବସିଯାଇଥାଏ
ଶୁଖିଲା ସଜନା ଡାଳରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
8/5/2019
କୋଲକାତା
This poem has not been translated into any other language yet.
I would like to translate this poem