ପଛ ପଟେ କିଏ?
କିଏ? କିଏ? ?
ପବନ ଥରେ,
ଥରେ ଆକାଶ।
ସାମ୍ନାରେ ଥାଇ
କରୁଥାଏ ନାଟ
କୁହୁକ ଅନ୍ଧାର ।
ମୁହାଁମୁହିଁ ହେଲାବେଳେ
ସମୟ ସହିତ
ଖସେ ବଳ ।
ଥାଏ ଯିଏ ପାଖରେ
ନେଉଥାଏ ମଜା,
କହୁଥାଏ, ସତ କୁହ,
ସତକୁହ ମିତ, ଏଇଟା ସକାଳ ।
ସକାଳ ପଠାଏ ବାର୍ତା,
ବାର୍ତ।ରେ ଥାଏ ନା କିଛି ଆଉ,
ଶୁଦ୍ଧ ପାଗଳାମି ଛଡା ।
ପାକଳ ହୁଏ ସକାଳ,
ଆଉ ଭୟଙ୍କର ରଡି ଛାଡେ ଖରା ।
କିଛି ତ ହୁଏ ନି ନଷ୍ଟ,
ମନଟା ପାଏ ଯାହା ଅହେତୁକ କଷ୍ଟ ।
This poem has not been translated into any other language yet.
I would like to translate this poem
Morning matured with life, but day is too hot.