ମାଏଟ ମା
ଗଜାନନ ମିଶ୍ର
ମଶାମାଛି
କୁଲିହାକୁକୁରମାନେ
ଜଦରଭି ଚଲାବେ
ଏନ୍ତା ହେବା ନେଇଁ କେଁ
ମାଏଟ ମା ଅବସଥା!
ମୁଡଜକା ଲେଂଜଜକା
ମାନକୁ ନେଇକରି
କେଁଟା ପାରବ କରି!
ମୁଇଁ ମୁଇଁ ବଲୁଥିବେ
ଆରୁ ହେଟା ଗବଡୋ
ପଡୁଥିବେ ଖାଲେ
କୁଡିଛନ ଜେନଟା ହେଲକେ।
କହିନେଇ ହୁଏ କି
ସହି ନେଇ ହୁଏ,
ରହି ନେଇ ହୁଏ
କେହେନସିଠାନେ କି
ନେଇଁ ହୁଏ ପଲେଇ
ଆରୁ କେନଆଡକେ।
କାଁ କରବ କାଁ କରବ
ବଲୁନ ବଲୁନ ସୁଖାଭଟାଥି
ନେଇଁ ନ ଆରୁ କିଛୁ ।
ଅପନେ ଭାଗିଜିବାରଟା
ଅଏନ ଆଏ, ନେଇଁ ହଉଛେ
ସଭାଁଲି ବଲି ନିଜକେ ନିଜେ
ନେଇଁ କହେବାର କଥା!
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/10/2019
This poem has not been translated into any other language yet.
I would like to translate this poem
Bad people are everywhere