ମୋର ଖେଳ
ଦେଖ ଏଠି
ସବୁବେଳେ
ଶବ୍ଦ ସହ।
ନ ସହି ପାରିଲେ ତୁମେ
କଣ କରିବି ମୁଁ କହ।
ମୋର କାର୍ଯ୍ୟ
ସୂର୍ଯ୍ୟ-ଦୀପରେ,
ତୁମର ଉପସ୍ଥିତିରେ।
ନାହିଁ ମୋର
ସଂଜ କି ସକାଳ।
ମୁଁ ନିଜେ ଇ
ଉଜ୍ଜ୍ୱଳ।
ସବୁ ଦୃଶ୍ୟ
ରଖିଛି ମୋର
ଏ ଆକାଶ।
ନୁହଁ ମୁଁ
ଶୂନ୍ୟ ପୁରୁଷ।
ଏ ଫୁଲ ଏ ଗଛ
ଏ ଦ୍ୟାବା ପୃଥିବୀ
ସବୁରି, ଆଉ
ରଖିଛି ମୁଁ
ସବୁକୁ ଧରି।
ମୋର ଖେଳ
ସଭିଙ୍କ ସାଥୀରେ।
ଏ ଖେଳରେ
କେତେବେଳେ କିଏ
ହାରେ, କେତେବେଳେ
କିଏ ଜିତେ
ପାରନ୍ତି ନି କହି
କେହି ସଠିକ୍ ଭାବରେ।
ଏ ଖେଳ ଚାଲେ
ଚାଲିଥାଏ ସବୁବେଳେ,
ଯାଏ ଆସେ ନା କିଛି
ମୋର ଥିବା ନ ଥିବାରେ।
This poem has not been translated into any other language yet.
I would like to translate this poem