ମୋ ପୃଥିବୀ ମୋ କବିତା
ଗଜାନନ ମିଶ୍ର
ମୋ ପୃଥିବୀ ମୋ କବିତା
ମୋ କବିତା ମୋ ଜୀବନ
ମୋ ଜୀବନ ମୋର ପୂରା।
ପୂରାକୁ ନେଇ ମୋ ଯାତ୍ରା
ମୋ ଯାତ୍ରା ମୋ ରାଜପଥ
ମୋ ରାଜପଥ ତୋ ପ୍ରେମ
ତୋ ପ୍ରେମ ମୋ ସମୂଦାୟ।
ମୋ ସମୂଦାୟ ପ୍ରକୃତି
ନିତ୍ୟ-ନିରନ୍ତର ତୋଠି।
ଆଉ ତୁ କୋଉଠି ବ୍ୟକ୍ତ
କୋଉଠି ଅବ୍ୟକ୍ତ ଆଦି!
ନାଇଁ ଜାଣିବାର ସୂତ୍ର
ଜୀବନ ନୁହଁ ଅବ୍ୟର୍ଥ
ଜଣା ଏତିକି କେବଳ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
21/03/2020
This poem has not been translated into any other language yet.
I would like to translate this poem
My life my poetry my earth and I love all