ମୋର ଜିଭ ଏଇଟା,
ଏଇ ଜିଭରେ କଥାହେଲେ
ଆତ୍ମା ପାରିବ ଛୁଇଁ ତୁମକୁ।
ମୋ ଜିଭ ମୋର,
ମୋଠି ଅଛି
ଆଉ ଥିବ ବି
ଜିଇଁ ଥିଲା ଯାଏ।
ମୁଁ ଜିଇଁଛି କହୁଛି
ମୋ ଜିଭଦେଇ।
ବ୍ୟକ୍ତଅବ୍ୟକ୍ତ ସବୁ
ଦେଉଛି ଜଣାଇ ଏ ଜିଭ।
ମୁଁ ଏ ଜିଭ ଆୟତ୍ତ
ଆଉ ସାମ୍ନା କରୁଛି ବିପଦ।
ଜିଭ ଯେବେ ମୋରି ଆୟତ୍ତ
ଜିଣି ଯାଉଛି ସାରାଜଗତ।
ଜିଭକୁ କହୁଛି ଆଜି
ରହ ମୋ ସହିତ
ଆମ ସମସ୍ତଙ୍କ ମଙ୍ଗଳ ନିମିତ୍ତ।
ହସୁଛି ଜିଭ ଆଉ ହସରେ
ଉକୁଟିଉଠୁଛି ପ୍ରେମ ସତ୍ୟ
ଆଉ ମୁଁ ସୁସ୍ଥ।
ଏଇଟା ମୋର ଜିଭ
ଆଉ ମୁଁ ତୁମର,
ଚାରିଆଡେ ଆମର
ରଙ୍ଗ ନାନାଦି ଆଲୁଅର।
This poem has not been translated into any other language yet.
I would like to translate this poem