ଜାଣିଛ
ପ୍ରେମର ଶେଷ ସଂଖ୍ୟା?
ଜାଣିଛ
ଇତି ଜୀବନର?
ଜାଣିଛ ଯଦି କୁହ,
ଆଉ ନ ଜାଣିଛ ଯଦି,
ଆସ ଆଉ ଚୁପ୍ ଚାପ୍ ବସ
ଶୁଣିବାକୁ ମୋ କଥା ।
ମୋ କଥାକୁ ପାରେ ନା
ଉଡାଇ ପବନ ।
ପାରେ ନା ବି ଅଗ୍ନି
ପୋଡି କେତେବେଳେ ।
ପାରେ ନା ଆକାଶ ରୋକି,
ପାରେ ନା ମାଟି ମିଶାଇ ।
This poem has not been translated into any other language yet.
I would like to translate this poem
Come on and listen my words, they are all the truth.They are life, they are love.