ବିଟ ପୁରୁଷ କିଏ?
କିଏ ବେଶ୍ୟା ନାରୀ?
ବୁଝିଛି କିଏ
ଜୀବନର ରହସ୍ୟ?
କିଏ କୋଉଠି
ରହିଛି ଲାଗି?
ଦିଶୁଛି କଣ?
କଣ କହୁଛି କିଏ?
ଦୁଃଖ,
ବ୍ୟକ୍ତ କି ଅବ୍ୟକ୍ତ?
କୋଉଠି
କିଏ ନିଏ ଆଶ୍ରୟ?
ସନ୍ଦେହ ପୁଣି କଣ?
ରହେ କିଏ?
କୋଉଥିରେ
କିଏ ସମର୍ଥ?
କାହା ମନକୁ
କିଏ ଜିଣିଛି?
କିଏ ସଦା
ପ୍ରସନ୍ନ?
ଭିତର ଆଉ
ବାହାର
ପକ୍ଷପାତଶୂନ୍ୟ।
ସଦା ଶାନ୍ତ
ଆଉ ପୂର୍ଣ କିଏ?
ଆଉ ଆଉ ପଚାର ନି,
ପାପ ପୁଣ୍ୟ,
ମାନ ଅପମାନ,
ଶୀତ ଉଷ୍ଣ,
ଏଇଟା କୋଉ ସ୍ଥାନ।
କିଛି ନ କହି
କିଛି ନ ପଚାରି ବି
କରିପାରିବ ଅମୃତପାନ।
ପାଇଛ ଏଥିପାଇଁ
ଏମିତି ଏ ଜୀବନ।
This poem has not been translated into any other language yet.
I would like to translate this poem