ପ୍ରକୃତି (Nature) Poem by Dr. Sada Bihari Sahu

ପ୍ରକୃତି (Nature)

Rating: 5.0

ପ୍ରକୃତି କଥା କହେ, ହସେ ଓ କାନ୍ଦେ
କେବେ ସବୁଜ ଖେତରେ, ଟିପ ଟିପ ବର୍ଷାରେ
ଆଉ କେବେ ସୁନେଲି ଆଲୋକରେ, ଅବା ଥୁରୁ ଥୁରୁ ଶୀତରେ
କଥା କହେ ପକ୍ଷୀର ସୁମଧୁର ସଙ୍ଗୀତରେ

କିଛି ହସ ବୋହି ଆସେ ଫୁଲର ପାଖୁଡାରୁ
ସୁଗନ୍ଧ ବାସ୍ନାରୁ ଅବା ମୋତିମୟ କାକରରୁ
ନଦୀର କଳ କଳ ନାଦରୁ ଓ ସୁମଧୁର ଫଳରୁ
ଆଉ କେବେ ନିଜର ମିଛି ମିଛିକା ରାଗ ଦେଖାଏ ପତ୍ର ଝଡାରେ
ଘଡ଼ ଘଡି ଚମକାଇ ଅବା ନଦୀ ନାଳ କୁ ଶୁଖାଇ
ପ୍ରକୃତି ତେବେ ହସେ
ଯେବେ ଲତା, ବୃକ୍ଷ୍ୟ, କୀଟ, ଜୀବଜନ୍ତୁ ହସେ

ରୌଦ୍ର ରୂପ ଦେଖାଏ କେବେ ବାତ୍ୟା, ବନ୍ୟା, ଭୂମିକମ୍ପେ
ଅବା କେବେ ମରୁଢୀର ହାହାକାରେ
ଧ୍ଵଂସ କରିପାରେ ଏ ସୁନ୍ଦର ପୃଥିବୀ ନିମିଷକେ
ଯଦି ଉଲ୍ଲଘଂନ କରେ କେହି ତା ନିୟମ ବିରୁଧେ

ପ୍ରକୃତି ଶିଖାଏ ଏକାଠି ଜିଇଁବା ପ୍ରଣାଳୀ
ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବ କିଭଳି
ସହଜେ ଶିଖି ଯାଅ ହେ ମାନବ
ଦିନ ଥାଉ ଥାଉ
ନଚେତ ହେଇ ଯିବ ତୁମେ ଧ୍ଵଂସ
ନଥିବ ତୁମର ଟେକ ନା ରହିବ ତୁମ ଏହି ମିଛର ବିକାଶ

Sunday, December 10, 2017
Topic(s) of this poem: nature,nature love
POET'S NOTES ABOUT THE POEM
Poem is in Odia language and about the nature.
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success