ଅରୂପକୁ ଧର, ଅରୂପକୁ ଧର କବି
ଭାବରେ ମଜ୍ଜି, ସତ୍ୟରେ ଭିଜି, ତତ୍ତ୍ୱକୁ ହେଜି,
କବିତାରେ ବୁଣ ମାତୃଭୂମି, ମାତୃଭାଷାର ମଂଜି।
ସିଦ୍ଧ ହୁଅ କବି, ହୁଅ ଆଲୋକିତ, ଚିହ୍ନି ଭଗତ,
ଅନୁକ୍ଷଣ, କର ଆନନ୍ଦରେ ଶବ୍ଦ ଉଚ୍ଚାରଣ,
ମାଟି ଆଉ ଆକାଶକୁ ବାନ୍ଧି କର ସଂଗ୍ରହ
ସତ୍ୟ ସନାତନ ସଂପତ୍ତି।
ନିଜ ରୂପକୁ ନିଜେ କର ଧିଆନ,
ରୂପକୁ ଛନ୍ଦି ଅରୂପରେ ଆଉ ଅରୂପରେ ରୂପକୁ,
ହୁଅ ଧନ୍ୟ, ଆନନ୍ଦରେ ରଖି ମନ।
ଏ ଦେହ ଅମୃତ, ଏ ଦେହ ଆଦ୍ୟ ଆଉ ବି ଶେଷ,
ଦେହରେ ନାହିଁ କଣିଚାଏ ପାପ,
ବାନ୍ଛାକଳ୍ପତରୁ ଏ ଦେହରେ ଉତ୍ପତ୍ତି ସ୍ଥିତିକୁ ମାପ।
ଅରୂପକୁ ଧର କବି, ଧର ଅରୂପ, ଧର ଅରୂପ।
This poem has not been translated into any other language yet.
I would like to translate this poem
this body is the nectar, stay in truth