ନୂତନ ସ୍ୱପ୍ନ New Dream Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନୂତନ ସ୍ୱପ୍ନ New Dream

Rating: 5.0

1

କର ନାଟକ
କର ନାଟକ
ଦେଖିବୁ ଆମେ ଏଠି।
ଦେଖି ନାଟକ
ହେବୁ ଅଟକ
ଖଟିବୁ ଖାଲି ବେଠି।

ପେଟ ଆମର
ରଡି ଛାଡୁଛି
ଖୋଜିବୁ ପଟେ ରୁଟି।
ସାଆଣମେଲା
ଘର ଆମର
ଲୁଟ ହେଉଛି କୋଟି।

2

ଜାତୀୟ ଫୁଲ
ନାଇଁ ତ ମୂଲ
ହୁଅ ମଣିଷ ଠୁଳ।
ମୁଠାଏ ଭାତ
ମୁକତି ଦୂତ
ଜୀବନ ଯିବା ଖେଳ।

ସଂଖ୍ୟାରେ ବଳ
ସଂଖ୍ୟାରେ କାଳ
ସବୁ ଫିସାଦି ଛଳ।
ଜାଗରେ ଜାଗ
ମଣିଷ କୁଳ
ନଷ୍ଟ କର ଏ କଳ।

3

ଆମରି ମାଟି
ଆମରି ଭାଷା
ଶ୍ରମିକ ଚାଷୀ ଆସ।
କବି ଲେଖକ
ନୂତନ ସ୍ୱପ୍ନ
ଦେବାକୁ ସବୁ ଆସ।

ଭୋକିଲା ଆମେ
ଶୋଷିଲା ଆମେ
ଚିର ଅଭାବେ ଥାଇ,
ଚାପୁଡା ମାରି
ଶତ୍ରୁ ହଟାଇ
ମାନ ରଖିବା ଭାଇ।

Friday, May 18, 2018
Topic(s) of this poem: dream,new
POET'S NOTES ABOUT THE POEM
Written in Odia language. Odia is the official language of Odisha, India. This poem is about new dream of men to establish a new society of equality
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success