ନୂଆ ଖେଳନା New Toys Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନୂଆ ଖେଳନା New Toys

Rating: 5.0

ସଭିଙ୍କ ଗହଣରେ
ଗଜାନନ ମିଶ୍ର

ମୋ ପାଖରେ
ଅଛନ୍ତି ଯୋଉମାନେ
ଉଠ ଉଠ ଯେତେ କହିଲେ ବି
ଉଠୁ ନାହାନ୍ତି ସେମାନେ!
ଆଉ ମୁଁ ଚୁପହୋଇ
ପାରୁ ନି ରହିବସି।
ଜିନ୍ଦା ତ ଅଛନ୍ତି ଏମିତି!
ହଇହଲ୍ଲା ବି ବହୁତବେଳେ
ନ କରୁଛନ୍ତି ନୁହେଁ।
ଆଉ ମୁଁ ପାରୁ ନି ସହ୍ୟକରି
ସେମାନଙ୍କ ନୀରବତା।
ନିଆଁଚେଙ୍ଗ ଏତେସେତେ
ଦେଲେ ବି ସେମାନେ ସବୁ
ସେଇ ମାଧିଆ।
କାଠ ପଥର ସମୁଦ୍ର ପବନ
ଯେ ଯାହାର ଡକାହକା ମନକୁ ମନ।
ପେଟ ଚାଖଣ୍ଡକ ନେଇଗଲାଣି
କାହାକୁ କୋଉ ଦୂରଦେଶ।
ନାମବାଚକ ସଂଖ୍ୟାସମୂହ
ଯାଉଛି ବାଷ୍ପହୋଇ।
ଜାଗା ଖୋଜି ଖୋଜି
ମୁଁ ନୟାନ୍ତ ସ୍ୱପ୍ନ ପାଇଁ।
ନିଆଁପାଣି ଭୟ ଦେଖାଅ ନି,
ଗଛଙ୍କର ଗତିକୁ ପାରି ହେଉ ନାଇଁ।
ଚିହ୍ନାଜଣା ଶବ୍ଦସବୁ
ଭାସିଲେଣି ତର୍କବିତର୍କର ଢେଉରେ।
ମୁଁ ମୋର ବିଶ୍ବାସର ଖଟପକାଇ
ଯାଇଛି ବସି ନୂଆ ନୂଆ ଖେଳନାସବୁ
ଧରି ଏଇଠି ସଭିଙ୍କ ଗହଣରେ ପୁଣି।

ତପୋବନ, ଟିଟିଲାଗଡ, ବଲାଙ୍ଗିର
16/6/2019

Sunday, June 16, 2019
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success