1
ସମୟ ଆସିଲେ
କାନ୍ଦେ ବି ପଥର,
ସମୟ ଆସିଲେ
ଗଛ ବି କହେ
ହେଉଛି ଶୋଷ।
କଣ୍ଟା ମାଡେ
ଆକାଶ ବି,
ମାଟିକୁ ଆସି
ଚାଲିଲେ।
ଦୂବ ଘାସ
ଶୁଖା ଡାଙ୍ଗ ହେଲେ ବି
ଛନଛନେଇ ଉଠେ
ବର୍ଷା ପାଣି ଟୋପାଏରେ।
ମୁଁ ମୋର ସମୟ,
ନିର୍ଲିପ୍ତ ନିର୍ଭୟ ।
ପ୍ରତି ମୁହୂର୍ତ
କରୁଛି ଏଠି
ଶତ୍ରୁ ଜୟ।
2.
ସମୁଦ୍ର ମନ୍ଥନ,
ଆହୁରି ହେଉ ଆହୁରି ହେଉ।
ସାପ ବେଙ୍ଗ ବିଷ ସବୁ
ଯାହା ଯେତେ ପଦାକୁ ଆସୁ ପଦାକୁ ଆସୁ।
ସମୁଦ୍ର ମନ୍ଥନ
ଚାଲୁ ରହୁ ଚାଲୁ ରହୁ
କିଏ କୋଉପଟେ କଣ କରୁଛି କରୁ,
ବାରି ହେଉ ବାରି ହେଉ ସବୁ।
ସତ୍ୟ ମିଥ୍ୟା
ଜନ୍ମ ମୃତ୍ୟୁ
ଯିଏ ଯୋଉଠି
ସେଇଠି ଥାଉ ସେଇଠି ଥାଉ।
ରାତି ଦିନ,
ଦିନ ରାତି
ଆସୁଥାଉ ଯାଉଥାଉ,
ସମୁଦ୍ର ମନ୍ଥନ ଚାଲିଥାଉ।
ଅସୁର କିଏ ଦେବତା କିଏ
ତାଲିକା ହେଉ ତାଲିକା ହେଉ।
ଅସୁର ହୋଇ ଦେବତା ଭେଲିକୁ
ଆସିଲାବାଲାର ଚିହ୍ନଟ ହେଉ, ଚିହ୍ନଟ ହେଉ
This poem has not been translated into any other language yet.
I would like to translate this poem