ଭୟ ନାଇଁ No Fear Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଭୟ ନାଇଁ No Fear

Rating: 5.0

1

ସଜ ଚାଲେ
ରଜ ପାଇଁ।
ଡର ଭୟ ନାଇଁ।

ଦିଗପହଣ୍ଡି ଯାଇ
ଠିଆ ହୁଏ ଘଡିଏ
ପଚାରିଲେ କିଏ କିଏ
ସୁ ସୁ କରି ପକାଏ ଅନ୍ଧାରରେ।

ଜୀବନ ଜାତକ
ଥାଏ ସେଠି
ନିଦ ଆସେ ନା
ବରଂ ଭାଙ୍ଗେ।

2

ଭାଙ୍ଗିଲା ରାତିରେ
ମୋ ନିଦ।
ଶବ୍ଦ ଆସୁଥିଲା ସେଇ
ଦକ୍ଷିଣ ଦିଗର
ବୁଢା ତେନ୍ତୁଳିଗଛରୁ
ସେଇ ଧଳା ପେଚାର
ହୁଟ୍ ହୁଟ୍।

କଟା ଘା' ରେ
ମରିଚଗୁଣ୍ଡ ଦେଲାପରି
ମେଘ ଆଉ ବିଜୁଳି
ନାଚି ଚାଲିଥିଲେ
ବେଖାତିର କରି ଅନ୍ଧାର।

ଏକଜିଦିଆ ପବନ
ହୋଇଥିଲା ଠିଆ ପୂରା
ସ୍କୁଲ ଜଗୁଆଳିର ଠେଙ୍ଗାପରି।
ପଛକୁ ପାରୁ ନ ଥିଲି ଫେରି।

ପଥର ଆଉ ପାଣି
କୋଳାକୋଳି ଚାଲିଥିଲେ
ମୋ ନଜରରୁ
ଖୁବ ଦୂରକୁ।

POET'S NOTES ABOUT THE POEM
Language - odia, script - brahmi
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success