ଜୀବନ ନାହିଁ No Life Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜୀବନ ନାହିଁ No Life

Rating: 5.0

ତୁମେ ନାହଁ
ଗଜାନନ ମିଶ୍ର

ତୁମେ ନାହଁ
ନିଦ ନାହିଁ।
ନିଦ ନାହିଁ
ସ୍ୱପ୍ନ ନାହିଁ।
ସ୍ୱପ୍ନ ନାହିଁ
ଜୀବନ ନାହିଁ।

ପଚାରୁଛି
କଣ ଜୀବନ!
ଜୀବନ ଥିଲା
ଗଲା କେଉଁଆଡେ
ଠିକଠିକଣା ନାହିଁ।

ଠିକଠିକଣା ନାହିଁ
କିଏ କେଉଁଆଡୁ ଆସିଛି
କିଏ କେଉଁଆଡକୁ ଯାଉଛି।

କିଏ କେଉଁଆଡକୁ ଯାଉଛି
କଣ କରୁଛି କେତେବେଳେ
ପୁଣି ହେଉଛି କଣ ଜଣା ନାହିଁ।

ପୁଣି ହେଉଛି କଣ?
କିଏ ଜାଣିଛି?
କିଏ ଜାଣିଛି
କଣ ବଦଳିଛି!
କଣ ବଦଳିଛି
କହିବାକୁ କେହି ନାହିଁ।

କହିବାକୁ କେହି ନାହିଁ,
ଶୁଣିବାକୁ କେହି ନାହିଁ,
କେହି ନାହିଁ
କିଛି ନାହିଁ।

ତୁମେ ନାହଁ
ଫେଲ ମାରୁଛି ସବୁ ଅନୁଧ୍ଯାନ
ଫେଲ ମାରୁଛି ସବୁ ଅନୁମାନ ।
ତୁମେ ନାହଁ
ବନ୍ଦ ସବୁ କବିତା ଲିଖନ
ବନ୍ଦ ସବୁ କବିତା ପଠନ।
କବିତା ହିଁ ତ ଜୀବନ,
ତୁମେ ନାହଁ, ତୁମେ ନାହଁ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
5/5/2019

Sunday, May 5, 2019
Topic(s) of this poem: life
POET'S NOTES ABOUT THE POEM
Language - odia, without love,no life and nothing.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success