ଅର୍ଥ ନାଇଁ No Meaning Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଅର୍ଥ ନାଇଁ No Meaning

ସାରାଦିନ ପାହାଡତଳେ
ଗଜାନନ ମିଶ୍ର

ସିଂହଛୁଆ ଭାବୁଥିଲି ବେ,
ଶଳା ଘୁଷୁରୀ ଛୁଆଟା
ଲଟପଟ ହେଉଛି କାଦୁଅରେ!
କଣ ସବୁ ମୁଣ୍ଡଗାଡି
କହିଯାଉଛି ମନକୁ ମନ।
ଆରେ ହେ ଶୁଣ,
କି ସ୍ୱର କି ଏଇଟା
ଆଗପଛ ଅର୍ଥ ନାଇଁ କିଛି।

ଜୈଷ୍ଠର ଖରାଝାଂଜିକୁ କହୁଛି ମଳୟ,
ବନ୍ଧନକୁ କହୁଛି ଦରଫୁଟା ଚାଉଳ,
ଉବୁକାମାରି ଆସୁଛି ଯୋଉଟା
ଅବାଟିଆ ଖେଳ।
ଆରେ ହେ, ୟାର ପୁଣି
ଅଛି ଗୋଟେ ଗୀତ!
ଦୁଃଖର ନା ସୁଖର
ପଚାରି ବୁଝ ତ!

ଶେଷ ନାଇଁ କାମର,
ବଙ୍କାଟଙ୍କା ପାହାଡ ଉପରକୁ ଚଢି
ହେଉଛି ଦେଖିବାକୁ କିଏ ସବୁ
ଜୀବନକୁ କହୁଛନ୍ତି ଅମହକ।
ଆରେ ହେ, ବୁଝ ନା
ଏ ପାରିବାରିକ ଚଳଚିତ୍ରରେ
କିଏ ସେ ନାୟକ
ରଖୁଛି ଢାଙ୍କି ସବୁ ଆଲୋକ।

ନା ତ!
ଇଏ ତ ନୁହେଁ ଯୁଦ୍ଧର ସମୟ।
ଯୋଉ ଗୀତ ଆଉ ସଙ୍ଗୀତ ଶୁଣୁଛ
ସେଇସବୁ କାହାର!
ଆରେ, ଏଇଠି ଜମାରୁ
ହେଉନି ଶେଷ।
ପାହାଡ ତଳେ ଥାଇ ସାରାଦିନ
କହିଲା କଣ ନା ଛୁଇଁଛି ଆକାଶ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
8/6/2019

Saturday, June 8, 2019
Topic(s) of this poem: life
POET'S NOTES ABOUT THE POEM
Language - odia,script-brahmi,it is about life
COMMENTS OF THE POEM
Gajanan Mishra 08 June 2019

Is there really no meaning of life

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success