ଯାହାର ହେବାର ଅଛେ କବିତା
ସେ ଆସବା
କବିର ପାସକେ ଏନ୍ତା।
ଶବଦ ଭରମ ମେଘ ଖମନ
ମାଏଟ ମୁନୁଷ ପବନ ପଖନ।
ଯାହାର ହେବାର ଅଛେ କବିତା
ସେ ଆସବା
କବିର ପାସକେ ଏନ୍ତା।
ଆସିକରି କରବା କାଣା?
ହେଟା ନେଇଁ ଜାନି ଗୁସେଇଁ।
ଜାନିଥିଲେ ନେଇଁ କହିଥିତିଁ
କାଁ ଜେ ଲେଖୁଛୁ କବିତା,
ସଭେ ତ ମା ପୁଓ ବାପ ଝି
ଭାଏ ବହନି, ଗୁଟେନୁ
ଆରୁଗୁଟେକେ ଲାଗିଛେ
ଡାଲପଖରା ଚେର୍,
ଇ ଅଁଗକେ କାଟଲେ ପିଟଲେ
ଛେଚଲେ ଆର ଅଁଗକେ
ନେଇଁ ଚିଏଁ!
ସଭେ ଗୁଟେ,
ଗୁଟେ ପାଏନ ଗୁଟେ ପବନ
ଗୁଟେ ମାଏଟ,
ଆରୁ ହେ ଭିତରେ
ଦେଖବାରକାଜେ ମିଲୁଛେ
କେତେ ରଁଗ କେତେ ରୂପ୍
ପୁର୍ କେ ପୁର୍ ଉଇଲ ବାଗିର୍।
ସଭେ ଗୁଟେ
ଛାନଭନ କଲେ ଭି
ନାଇଁ ବାହାରବାର କିଛୁ
ଭିତରୁ ହଉ କି ବାହାରୁ।
ଶବଦ ଭରମ ସବୁ
ବେକାର ବୋ,
କବିତା କଥାନି
କିଛି ନାଇଁ କାହିଁ।
ନାଇଁ ଥାଇକରି
ଏତକିସେତକି
ଉଚକିଉଲେଇ ହେବାରଟା
ବେକାର ବୋ
କିଛି କାହାରିର ଅର୍ଥ ନାଇଁ।
This poem has not been translated into any other language yet.
I would like to translate this poem