ହଠାତ୍ ଦେଖିବ
ଗଜାନନ ମିଶ୍ର
ଅଛି ଅଛି
ହଠାତ୍ ଦେଖିବ ଦିନେ
ଆଉ ନାହିଁ!
ନାହିଁ ନା କଣ
ପଚାରିବାକୁ ନିଜକୁ
ନ ଥିବ ବି ଫୁରସତ୍ ।
କୁହୁଡିରେ ଭର୍ତ୍ତି ଥିବ ଚଉପାଶ
ସୂର୍ଯ୍ୟଙ୍କ ତାପ ଥିବ କି
ନ ଥିବ ଜଣା ପଡୁ ନ ଥିବ!
ଓଲଟପାଲଟ ସବୁ
ଗୋଟେ ହୋଇଥିବ
ରାମକୃଷ୍ଣ!
ସ୍ତର ପରେ ସ୍ତର ଫିଟୁଥିବ
ଶୁଖିଲା ସ୍ୱପ୍ନ ।
ଶାଗୁଆ କ୍ଷତରେ
କିଏ ଦେଖୁଥିବ ଅଉ କଣ!
ଦ୍ୱାର ଥିବ ଖୋଲା
ଫେରିବାର ପ୍ରଶ୍ନ ଇ
ନ ଥିବ କାହାର ଏମିତି।
ଇଚ୍ଛାରେ ନ ଥିବ ଲଗାମ,
ଲମ୍ୱାଧାଡି ବତାସ
ବଡବାନଳ।
ଇଏ କି କାଳ!
କୋଉଠୁ କାହା ପାଖକୁ
ଆସୁଛି ଏତେ ବଳ!
ପୁଣି ସଜ ଦେଖି
ପଶୁଛି ଖଳ।
ଆରେ ୱା!
ବଡ ବିଚିତ୍ର ଏ ଖେଳ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
05/11/2019
This poem has not been translated into any other language yet.
I would like to translate this poem