କୂଳ ଦିଶୁନି! No Shore Seen Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କୂଳ ଦିଶୁନି! No Shore Seen

Rating: 5.0

ଆପଣ କହୁଛି,
କହୁଛି ଆପଣ,
ଆଉ କହୁଛି
ଇଏ ମୋ ପ୍ରେମ।

ପ୍ରେମ ସହିତ
ହୁଏ କି ଯୋଡି
ଆପଣ?
ପ୍ରେମରେ କେତେ
କୋଉଠି ଆପଣର
ସ୍ଥାନ!

ଆମକୁ ଆଠଣିଆ
ଚକଲେଟ ଚଟାଇ,
ଭୁଆଁ ବୁଲାଇବା
ବନ୍ଦ କର ମହାଶୟ।

ପାଳିତ ଶୁଆର
ସବୁଦିନର
ସେଇ ସେଇ କଥା
ଲାଗେ ନା ଭଲ।

ଦିନବେଳା ସ୍ୱପ୍ନ
ଦେଖିବାକୁ ଆମର
ଆଉ ନାହିଁ ମନ।
ସମୁଦ୍ର ପହଁରା,
କୂଳ ଧରା,
ସକାଳ ବୁଲା,
ଆମ ଢଙ୍ଗରେ ଆମେ
କରିବାକୁ ତୟାର।

ଜୀବନ ଜଂଜାଳରେ
କର୍ମ ଆମର ପ୍ରେମ।
ହସନୁହଁ, କାନ୍ଦ
ଆମର ମୂଳ ପୁଂଜି।
ଆମ ନୌକା
ଆଉ ଫେରେ ନାହିଁ।
ଥରେ ମୋଡିଦେଲେ ମଙ୍ଗ
ବହୁତ ପଛରେ
ରହେ ସବୁ ସଙ୍ଗ।

ମହାଶୟ,
ଚାଲାକିର ଆଉ
କାମ ନାହିଁ,
ମହାଶୟ,
ଆଉ ଆଉ କୋଉଠୁ
ଆଶା ରଖ ନାହିଁ।
ଦେଖ, ଆର କୂଳ
ଦିଶୁନି!

Monday, October 29, 2018
Topic(s) of this poem: life
POET'S NOTES ABOUT THE POEM
written in odia language, odia is the official language of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success